ଅଜଣା ଗାଡ଼ି ଧକ୍କାରେ ବାଇକ୍ ଆରୋହୀଙ୍କର ମୃତ୍ୟୁ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ସଦର ଥାନା ଅନ୍ତର୍ଗତ ଶଙ୍ଖାଭଙ୍ଗା ଛକ ନିକଟରେ ସଡ଼କ ଦୁର୍ଘଟଣାରେ କାଲା ମାରାଣ୍ଡି ନାମକ ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଗତକାଲି ରାତିରେ ସମ୍ପର୍କୀୟଙ୍କ ଘରୁ ନିଜ ଘର ଶଙ୍ଖାଭଙ୍ଗା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଷଢେଇକଳାକୁ ବାଇକ୍ ଯୋଗେ ଫେରୁଥିବା ସମୟରେ ଏକ ଅଜଣା ଗାଡ଼ି ତାଙ୍କୁ ଶଙ୍ଖାଭଙ୍ଗା ଛକ ନିକଟରେ ଧକ୍କା ଦେଇଥିଲା ।

ରାତି ଅଧରେ ହୋଇଥିବା ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ କାଲା ମାରାଣ୍ଡିଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି । ତେବେ ଆଜି ସକାଳୁ ଶଙ୍ଖାଭଙ୍ଗା ଗ୍ରାମବସୀ ରାସ୍ତା କଡ଼ରେ କଲା ମାରାଣ୍ଡିଙ୍କ ମୃତ ଶରୀର ଏବଂ ବାଇକଟି ପଡ଼ିଥିବାର ଦେଖି ବାରିପଦା ସଦର ଥାନାକୁ ଖବର ଦେବା ସହ ବାରିପଦା-ଅମର୍ଦା ରାଜ୍ୟ ରାଜପଥକୁ କିଛି ସମୟ ପାଇଁ ଅବରୋଧ କରିଥିଲେ ।  ଘଟଣା ସ୍ଥଳରେ ପୁଲିସ୍ ପହଞ୍ଚି ରାସ୍ତାରୋକ ହଟାଇବା ସହ ମୃତଶରୀରକୁ ଉଦ୍ଧାର କରି ଦୁର୍ଘଟଣା ସଂପର୍କରେ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର