ଡାକ୍ତରଖାନାକୁ ଆସୁଥିବା ବେଳେ ଟ୍ରକ୍ ଧକ୍କାରେ ଦାଦା ଓ ଝିଆରୀଙ୍କର ମୃତ୍ୟୁ

ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗରର ଗୋପାଳପୁର ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାଯାଇଛି। ଏକ ଟ୍ରକ୍ ଧକ୍କାରେ ଦାଦା ଓ ଝିଆରୀଙ୍କର ମୃତ୍ୟୁ ଘଟିଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ସାଢେ ୧୦ଟା ସମୟରେ ଓସ୍ତିଆ ଗାଁର ନିଗମାନନ୍ଦ ସାହୁ(୨୭) ବାଇକରେ ନିଜ ଝିଆରୀ ପୁନମ ସାହୁ (୬)ଙ୍କୁ ଧରି ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଉଥିଲେ।  ରାଜନଗରର ଗୋପାଳପୁର ଛକରେ ଏକ ଟ୍ରକ୍ ପଛପଟୁ ନିଗମାନନ୍ଦଙ୍କ ବାଇକକୁ ଧକ୍କା ଦେଇଥିଲା।

ଏଥିରେ ଉଭୟ ନିଗମାନନ୍ଦ ଓ ପୁନମ ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ସ୍ଥାନୀୟ ଲୋକେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଏଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ଟ୍ରକକୁ ଜବତ କରିଥିଲା।

 

ସମ୍ବନ୍ଧିତ ଖବର