ଦୁର୍ଘଟଣାରେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ

କେନ୍ଦୁଝର: ୪୯ ନମ୍ବର ଜାତୀୟ ରାଜପଥର ତୁରୁମୁଙ୍ଗା ଥାନା ଚେମଣା ନିକଟରେ ଆଜି ଅପରାହ୍‌ଣ ପ୍ରାୟ ୫ଟାବେଳେ ଦୁର୍ଘଟଣାରେ ଜଣେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନା ଅନୁଯାୟୀ ଷଡ଼ଙ୍ଗୀ ଗ୍ରାମର ଲୁସି ସାହୁ ତୁରୁମୁଙ୍ଗା ବିଦ୍ୟାବାଟିକା ବିଦ୍ୟାଳୟର ଶିକ୍ଷୟିତ୍ରୀ ଥିଲେ। ସେ ଜଣେ ବାଇକ୍‌ ଆରାହୀଙ୍କ ସହ କେଉଁଆଡ଼େ ଯାଉଥିଲେ।

ଚେମଣା ନିକଟରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ବାଇକ୍‌କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ବାଇକ୍‌ ଆରୋହୀ ସାମାନ୍ୟ ଆହତ ହୋଇଥିଲେ। ଦୁର୍ଘଟଣା‌ ପରେ ସେ କେଉଁଆଡ଼େ ଚାଲି ଯାଇଥିଲେ। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଲୁସିଙ୍କୁ ଉଦ୍ଧାର କରି ପ୍ରଥମେ ତୁରୁମୁଙ୍ଗା ପ୍ରାଥମିକ ଚିକିତ୍ସାଳୟକୁ ନେଇଥିଲେ। ସେଠାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର