ରାମଚନ୍ଦ୍ରପୁର: ୨୦ ନମ୍ବର ଜାତୀୟ ରାଜପଥର ସାଇଁକୁଳ ଫାଣ୍ତିଛକରେ ଆଜି ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ସାଇଁକୁଳ ଗ୍ରାମର ସ୍ବର୍ଗତ ଶରତ ଜେନାଙ୍କ ପତ୍ନୀ ଗୌରୀ ଜେନା (୫୬)। ଗୌରୀ ଆଜି ପୂର୍ବାହ୍ନ ୧୧ଟା ବେଳେ ସାଇଁକୁଳ ଫାଣ୍ତିଛକରେ ଥିବା ବସ୍ଷ୍ଟପ୍ ନିକଟରେ ଛିଡ଼ା ହୋଇ ଗାଡ଼ିକୁ ଅପେକ୍ଷା କରିଥିଲେ।
ଏହି ସମୟରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଛି। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ପୁଲିସକୁ ଖବର ଦେଇଥିଲେ। ତାଙ୍କୁ ତୁରନ୍ତ ନିକଟସ୍ଥ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନାଯୋଗ୍ୟ ଗୌରୀଙ୍କ ସ୍ୱାମୀ ଶରତ କିଛିଦିନ ତଳେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ସ୍ବାମୀଙ୍କ ପରେ ସ୍ତ୍ରୀ ମଧ୍ୟ ଦୁର୍ଘଟଣାରେ ପ୍ରାଣ ହରାଇଥିବାରୁ ସାଇଁକୁଳ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/dead-f-1.jpg)