ବାପଘରୁ ଅଟୋରେ ପରିବାର ସହ ଫେରିବା ବେଳେ ଧକ୍କା ଦେଲା ବାଇକ୍, ପ୍ରାଣ ହରାଇଲେ ମହିଳା

ରାଜକନିକା: କେନ୍ଦ୍ରାପଡ଼ା ଜିଲ୍ଲାରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା। କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ବ୍ଲକ୍ ଅନ୍ତର୍ଗତ କଣ୍ଡିଆ ଓଳାଭର ରାସ୍ତାର ଲହୁଣୀ ଛକରେ ଘଟିଛି ଏମିତି ଏକ ହୃଦୟ ବିଦାରକ ଘଟଣା । ଜଣେ ମହିଳା ବାପଘରୁ ଅଟୋରେ ପରିବାର ସହ ଫେରିବା ବେଳେ ଘଟିଛି ଏହି ଅଘଟଣ। ବାଇକ୍ ସହ ଅଟୋର ସହ ମୁହାଁମୁହିଁ ଧକ୍କା ହେବା ଫଳରେ ଅଟୋଟି ଓଲଟି ପଡ଼ିଥିଲା ।

ଏହି ଦୁର୍ଘଟଣା ଗତକାଲି ସନ୍ଧ୍ୟା ସମୟରେ ଘଟିଥିଲା। ସ୍ୱାମୀ ହଠାତ୍ ଦୁର୍ଘଟଣାକୁ ନେଇ ହତବାକ୍ ହୋଇଯାଇଥିଲେ । ଆଉ ମିନତିଙ୍କ କୁନି କୁନି ତିନି ପିଲା ମାଆକୁ କୋଳେଇ ଧରି ଏମିତି କାନ୍ଦୁଥିଲେ ଯେ ଦେଖିବା ଲୋକ ବି କୋହ ଧରି ରହିପାରିନ ଥିଲେ। । ଏଥିରେ ମିନତି ମଲ୍ଲିକ(୩୦)ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା।

ଏହାପରେ ମିନତିଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡିକାଲକୁ ନିଆଯାଉଥିଲା। ହେଲେ ବାଟରେ ହିଁ ସ୍ୱାମୀ ପ୍ରମୋଦ ମଲ୍ଲିକ ଓ ତିନି ଛୁଆକୁ ଛାଡ଼ି ଆରପାରିକୁ ଚାଲିଯାଇଥିଲେ ମିନତି ମଲ୍ଲିକ । ଏଥିରେ ବାଇକ୍ ଆରୋହୀ ମଧ୍ୟ ଆହତ ହୋଇଛନ୍ତି।

ସମ୍ବନ୍ଧିତ ଖବର