ସିମେଣ୍ଟ ବୋଝେଇ ଟ୍ରକର ଚକ ତଳେ ଚାପି ହୋଇ ମହିଳାଙ୍କର ମୃତ୍ୟୁ, କ୍ଷତିପୂରଣ ଦାବି କରି ରାସ୍ତାରୋକ

ରା.ଉଦୟଗିରି: ଗଜପତି ଜିଲ୍ଲାର ରା.ଉଦୟଗିରି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି।  ରାମଗିରି ଯାଉଥିବା ଏକ ସିମେଣ୍ଟ ବୋଝେଇ ଟ୍ରକର ପଛ ଚକ ତଳେ ଚାପି ହୋଇ ରା.ଉଦୟଗିରି ଥାନା ଅନ୍ତର୍ଗତ ପି ସଇଲଙ୍ଗ ଗ୍ରାମର ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, ପି ସଇଲଙ୍ଗ ଗ୍ରାମର ଶୁଦ୍ଧମତି ପାଢୀ ଆଜି ପୂର୍ବାହ୍ନ ଏଗାରଟା ବେଳେ ଜଣେ ବାଇକ୍ ଆରୋହୀଙ୍କ ସହିତ ନିଜ ଗାଁକୁ ଫେରୁଥିଲେ। ଏହି ସମୟରେ ବାଇକରୁ ଖସିପଡ଼ିଲେ ଶୁଦ୍ଧମତି। ସେ ତଳେ ପଡ଼ିଯାଇଥିବା ସମୟରେ ରାମଗିରି ଯାଉଥିବା ଏକ ସିମେଣ୍ଟ ବୋଝେଇ ଟ୍ରକ ତାଙ୍କ ଉପରେ ଚଢିଯାଇଥିଲା। ଏହା ଫଳରେ ଘଟଣାସ୍ଥଳରେ ଶୁଦ୍ଧମତିଙ୍କର ପ୍ରାଣହାନି ଘଟିଥିଲା।

ଏହାପରେ ଗ୍ରାମବାସୀ ଟ୍ରକ୍ ଓ ଏହାର ଚାଳକଙ୍କୁ ଅଟକ ରଖି ପୁଲିସକୁ ଖବର ଦେଇଥିଲେ। ମୃତକ ପରିବାର ପାଇଁ କ୍ଷତିପୂରଣ ଦାବି କରି ଶବ ରଖି ଗ୍ରାମବାସୀମାନେ ରାସ୍ତାରୋକ କରିଛନ୍ତି l ତେଣେ ପୁଲିସ୍ ଥାନାରେ ଚାଳକଙ୍କୁ ଅଟକ ରଖିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର