ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍ କିରିକିଟାଠାରେ ଏକ ସଡ଼କ ଦୁର୍ଘଟଣାରେ ସେହି ଗ୍ରାମର ଡମ୍ବରୁଧର ମାଝୀ (୪୦)ଙ୍କ ମୃତ୍ୟୁ ହୋଇଛି। ତାଙ୍କ ଭଣଜା ସୁନୀଲ ମାଝୀ ଗୁରୁତର ଆହତ ହୋଇଥିବା ଜଣାଯାଇଛି। ଶନିବାର ରାତିରେ ଡମ୍ବରୁଧର ଓ ସୁନୀଲ ଗଣ୍ଡାବାହାଲି ଗ୍ରାମରୁ ଔଷଧ କିଣି ଘରକୁ ଫେରୁଥିବା ବେଳେ କିରିକିଟା ପଞ୍ଚାୟତ ପାଖରେ କାଳବୈଶାଖୀ ପ୍ରଭାବରେ ଗଛ ଭାଙ୍ଗି ରାସ୍ତା ଉପରେ ପଡ଼ିଥିଲା।
ସେହି ଗଛରେ ପିଟି ହୋଇ ଉଭୟ ଗୁରୁତର ଆହତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଡମ୍ବରୁଧରଙ୍କ ମୃତ୍ୟୁ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/Did-you-see-a-Dead-Body-in-Dream-Heres-what-it-means.jpg)