ଟମକା : ବ୍ୟସ୍ତବହୁଳ ଟମକା-ବ୍ରାହ୍ମଣୀପାଳ ରାସ୍ତାରୁ ମାସମାସ ଧରି ହଟୁନି ଦୁର୍ଘଟଣାଗ୍ରସ୍ତ ଗାଡ଼ି। ଫଳରେ ଏହି ଗାଡ଼ି ଅନ୍ୟ ପଥଯାତ୍ରୀଙ୍କ ପାଇଁ ବିପଦର କାରଣ ହେଉଛି। ଟମକା ଓ ବ୍ରାହ୍ମଣୀପାଳ ବଜାର ମଧ୍ୟରେ ଦୂରତା ୬ କିଲୋମିଟର ହୋଇଥିବାବେଳେ ଦୈନିକ ଏହି ରାସ୍ତାରେ ହଜାରହଜାର ଗାଡ଼ି ଚଳାଚଳ କରୁଛି। ଟମକା ବଜାରରୁ କ୍ରୋମ୍ ନଗରୀ କାଳିଆପାଣି, ବ୍ରାହ୍ମଣୀପାଳ ଫେରୋ ଆଲଏଜ ପ୍ଲାଣ୍ଟ, ବୈତାରୀ ଲୌହ ଖଣି ଓ ନରଣପୁରକୁ ଏହି ରାସ୍ତା ସଂଯୋଗ କରୁଛି।​​ ​ଏହି ୬ କିଲୋମିଟର ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ଗାଡ଼ି ମାସାଧିକ କାଳ ରାସ୍ତା ଉପରେ ପଡ଼ିରହିଥିଲେ ହେଁ ହଟାଇବା ଦିଗରେ କେହି ଦୃଷ୍ଟି ଦେଉନାହାନ୍ତି।
/sambad/media/post_attachments/wp-content/uploads/2023/06/jajpur-t-750x430.jpg)
ପାଟବାଲି ନିକଟରେ ଗତ ମାର୍ଚ୍ଚମାସରେ ଦୁର୍ଘଟଣାଗ୍ରସ୍ତ ଦୁଇଟି ଗାଡ଼ି ମଧ୍ୟରୁ ଗୋଟିଏ ଆଜିଯାଏ ସେଠାରେ ପଡ଼ିରହିଛି। ପାଣୁବାହାଳି ଛକ ନିକଟରେ ଏକ ଟାଟା ମ୍ୟାଜିକ ଅଧାପୋଡ଼ା ଅବସ୍ଥାରେ ପଡ଼ିରହିଛି। ରାସ୍ତାରୁ ଏହି ଗାଡ଼ିଗୁଡ଼ିକୁ ହଟାଇବାକୁ ଟମକା ଥାନା ଅଧିକାରୀ, କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କୁ ଅଞ୍ଚଳବାସୀଙ୍କ ପକ୍ଷରୁ ବାରମ୍ଵାର ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/jajpur-t2.jpg)