ଫୁଲବାଣୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅଞ୍ଚଳରେ ୪ବର୍ଷ ପୂର୍ବେ ହୋଇଥିବା ଏକ ନାବାଳିକା ଦୁଷ୍କର୍ମ ମାମଲାର ରାୟ ଆଜି ପ୍ରକାଶ ପାଇଛି। ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଦୋଷୀ ସାବ୍ୟସ୍ତ ଅଭିଯୁକ୍ତ ତନ୍ମୟ ନାୟକ ଓରଫ ରାଥୁକୁ ଫୁଲବାଣୀ ପୋକ୍ସୋ କୋର୍ଟ ତଥା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ସମର ବିଳାସ ବେହେରା ୧୦ ବର୍ଷ ଜେଲଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏଥିସହ ଅଭିଯୁକ୍ତକୁ ୨୦ ହଜାର ଟଙ୍କା ଜରିମାନା ଓ ଜରିମାନା ଅର୍ଥ ଅନାଦେୟ ହେଲେ ଆହୁରି ଅଧିକ ୮ ମାସ ଜେଲଦଣ୍ଡ ଭୋଗିବାକୁ ରାୟରେ କୁହାଯାଇଛି। ମିଳିଥିବା ସୂଚନା ଅନୁସାରେ ୫ ବର୍ଷ ପୂର୍ବେ ପ୍ରଥମେ ତନ୍ମୟ ନାବାଳିକାକୁ ଏକ ପାଖିଆ ଭଲ ପାଇ ତାକୁ ଜବରଦସ୍ତ ଦୁଷ୍କର୍ମ କରିଥିଲା। ତାପରେ ଧମକଚମକ ଓ ବିବାହର ପ୍ରଲୋଭନ ଦେଖାଇ ନିୟମିତ ଶାରୀରିକ ସମ୍ପର୍କ ରଖିଥିଲା। ଏଥିରେ ନାବାଳିକା ଜଣକ ଗର୍ଭବତୀ ହେବା ସହ ଏକ ଏକ ସନ୍ତାନ ଜନ୍ମ ଦେଇଥିଲେ। ନାବାଳିକାର ପରିବାର ଲୋକେ ଏନେଇ ତନ୍ମୟର ପରିବାରକୁ ଜଣାଇଥିଲେ। ହେଲେ ତନ୍ମୟ ବାହା ହେବାକୁ ମନା କରିବାରୁ ପରିବାର ଲୋକ ବାଲିଗୁଡା ଥାନାରେ ଗତ ୨୦୧୫ ମସିହା ଜାନୁଆରୀ ୨୩ ତାରିଖରେ ଅଭିଯୋଗ କରିଥିଲେ। କେସ ନଂ ୧୦/୨୦୧୫ରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ତନ୍ମୟକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
ନାବାଳିକା ଦୁଷ୍କର୍ମକାରୀଙ୍କୁ ୧୦ ବର୍ଷ ଜେଲ
/sambad/media/post_attachments/wp-content/uploads/2019/05/jail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)