ଭୁବନେଶ୍ବର: ମହିଳା ପୋଷ୍ଟାଲ ଏଜେଣ୍ଟ ସ୍ବର୍ଣ୍ଣଲତା ଦାସଙ୍କୁ କୋଟିଏରୁ ଅଧିକ ଟଙ୍କାର ଡାକ ଜମା ଆତ୍ମସାତ୍ କରିବା ଘଟଣାରେ ପୁଲିସ ରିମାଣ୍ଡରେ ଆଣି ତାଙ୍କୁ ପଚରାଉଚରା କରିବ। ପୁଲିସର ରିମାଣ୍ଡ ସମୟରେ ପଚରାଉଚରା ବେଳେ ଅଧିକ ତଥ୍ୟ ମିଳିପାରିବ ବୋଲି ଆଶା କରାଯାଉଛି। ଅନ୍ୟପଟେ ଟଙ୍କା ଫେରି ପାଇବାକୁ ଭୀମଟାଙ୍ଗୀ ପୋଷ୍ଟ ଅଫିସ ସମ୍ମୁଖରେ ମହିଳାମାନେ ଏକତ୍ରିତ ହୋଇଛନ୍ତି। ଟଙ୍କା କୁଆଡ଼େ ଗଲା ବୋଲି ମହିଳାମାନେ ପ୍ରଶ୍ନ ଉଠାଇଛନ୍ତି। ‌

Advertisment

ସୂଚନାଯୋଗ୍ୟ, ଲିଙ୍ଗରାଜ ଥାନା ପୁଲିସ ଅଭିଯୁକ୍ତ ମହିଳା ସ୍ବର୍ଣ୍ଣଲତା ଦାସଙ୍କୁ ଜଗତସିଂହପୁରରୁ ଗିରଫ କରିଥିଲା। ତାଙ୍କ ଘରୁ ୯୮ଜଣ ଜମାକାରୀଙ୍କ ୧୨୭ଟି ପୋଷ୍ଟାଲ ପାସ୍‌ବୁକ୍‌ ଜବତ କରିଥିଲା। ୨ ବର୍ଷ ହେବ ଠକ ମହିଳା ଜଣଙ୍କ ଜମାକାରୀଙ୍କ ଡିପୋଜିଟ ଟଙ୍କାକୁ ଧୂଳିସାତ କରିଥିବା ଲିଙ୍ଗରାଜ ଥାନାରେ ଅଭିଯୋଗ ହୋଇଥିଲା। ଓଲଡ ଟାଉନ କେଦାର ଲେନ୍‌ରେ ଠକ ମହିଳା ଜଣଙ୍କ ନିଜକୁ ପୋଷ୍ଟାଲ ଏଜେଣ୍ଟର ପରିଚୟ ଦେଇ ଲୋକଙ୍କୁ ଚୁନା ଲଗାଉଥିବା କଥା ଜଣେ ମହିଳା ଜମା କାରି ଥାନାରେ ଅଭିଯୋଗ କରିଥିଲେ। ଲିଙ୍ଗରାଜ ପୁଲିସ ଅଭିଯୋଗକୁ ଆଧାର ତଦନ୍ତ କରୁଥିଲା।