ଭୁବନେଶ୍ୱର : ନୟାଗଡ଼ ପରୀ ହତ୍ୟାକାଣ୍ଡ ଘଟଣାରେ ଦୋଷୀଙ୍କୁ ଗିରଫ ଓ ଏଥିରେ ସମ୍ପୃକ୍ତି ଅଭିଯୋଗରେ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି କରି ରାଜରାସ୍ତାକୁ ଓହ୍ଲାଇଛି ଓଡ଼ିଶା ସୂଚନା ଅଧିକାର ଅଭିଯାନ। ଓସା ପକ୍ଷରୁ ଲୋୟର ପିଏମଜିରେ ଧାରଣ ଦିଆଯିବା ସହ ପୁଲିସ ରାଜନୈତିକ ଚାପରେ ତଦନ୍ତକୁ ଚାପି ଦେଇଥିବା ଅଭିଯୋଗ କରାଯାଇଛି। ଆରମ୍ଭରୁ ପୁଲିସ ତଦନ୍ତ ଦିଗହରା ହୋଇ ପଡ଼ିଛି। ପରୀର ପରିବାର ଲୋକଙ୍କ ଉପରେ ପୁଲିସର ନିର୍ଯାତନା ବଢି ଯାଇଛି। ଦୀର୍ଘ ସାଢେ ୪ ମାସ ହେଲା ସବୁଠି ନିରାଶ ହେବା ପରେ ଶେଷରେ ପରୀର ବାପା ଓ ମା’ ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିବାକୁ ବାଧ୍ୟ ହେଲେ। ପରୀକୁ ନ୍ୟାୟ ପ୍ରଦାନ ସହ ଲଢ଼େଇ କରୁଥିବା ସ୍ଥାନୀୟ ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ଓସା ଦାବି କରିଛି। ଏହି କାର୍ଯ୍ୟକ୍ରମରେ ପ୍ରଦୀପ ପ୍ରଧାନ, ପ୍ରତାପ ସାହୁ, ସୁଧୀର ମହାନ୍ତି, ସଞ୍ଜୁକ୍ତା ପାଣିଗ୍ରାହୀ, ରଞ୍ଜୁଲତା ମହାପାତ୍ର, ଦିବାକର ନାୟକ, ଦିଲ୍ଲୀପ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।
ଅଭିଯୁକ୍ତଙ୍କୁ ଗିରଫ, ଅରୁଣ ସାହୁଙ୍କ ଇସ୍ତଫା ଦାବି
/sambad/media/post_attachments/wp-content/uploads/2020/09/arun-sahu-bkf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)