ଗୁଣି ପାଇଁ ଦମ୍ପତିଙ୍କୁ ହତ୍ୟା ଘଟଣା : ଜେରା ପରେ ସତ ମାନିଲେ ଅଭିଯୁକ୍ତ

ଶାଳଚୁଆ : ମୟୂରଭଞ୍ଜର କପ୍ତିପଦା ଥାନା ମଝିଗଡ଼ିିଆ ପଞ୍ଚାୟତ ସୀତାରାମ ସାହିର ଏକ ଦମ୍ପତିଙ୍କୁ ବୀଭତ୍ସ ଭାବେ ହତ୍ୟା କରିଥିବା ଅଭିଯୁକ୍ତଦ୍ବୟ ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ପତିପତ୍ନୀଙ୍କୁ ମାରିଥିବା ପୁଲିସ ଆଗରେ ମାନିଛନ୍ତି। ଏହି ଘଟଣ‌ାରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଆଜି କୋର୍ଟଚାଲାଣ କରିଥିବାବେଳେ ଅନ୍ୟମାନଙ୍କର ସଂପୃକ୍ତି ନେଇ ଖୋଳତାଡ଼ ଚଳାଇଛି।

ସୂଚନା ମୁତାବକ, ମଝିଗଡ଼ିିଆ ପଞ୍ଚାୟତ ସୀତାରାମ ସାହିର ସୀତାରାମ ସିଂ (୫୫) ଓ ଲେତ ସିଂ (୫୦) ଗତ ରବିବାର ନିକଟସ୍ଥ ଛତ୍ରାଆମ୍ବ ଅଞ୍ଚଳକୁ ଫୁଟବଲ୍ ଖେଳ ଦେଖିବାକୁ ଯାଇ ଆଉ ଘରକୁ ଫେରିନଥିଲେ। ଦମ୍ପତିଙ୍କୁ ହତ୍ୟା କରି ସୁନେଇ ଡ୍ୟାମ୍‌ରେ ଫିଙ୍ଗିଦେଇଥିଲେ ଦୁର୍ବୃତ୍ତ। ପୁଲିସ୍‌ ତଦନ୍ତ ପରେ ୨ ଅଭିଯୁକ୍ତ ଧରାପଡ଼ିଛନ୍ତି। ଦୁହେଁ ହେଲେ, ଲାଗୋ ହୋ (୨୫) ଓ ତା’ର ସହଯୋଗୀ ଦିବାକର ଡାଙ୍ଗିଲି (୨୨)। ଦୁହେଁ ଗୁଣି କରିବା ଯୋଗୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେଲା ଓ ଏଥିରେ ଉତ୍‌କ୍ଷିପ୍ତ ହୋଇ ହତ୍ୟା କରିଥିବା ଏବଂ ଏହାପଛରେ ସେମାନଙ୍କ ମନରେ ଅନ୍ଧବିଶ୍ବାସ ୨ ଅଭିଯୁକ୍ତ ପୁଲିସ୍‌ ନିକଟରେ ସ୍ବୀକାର କରିଛନ୍ତି। ପୁଲିସ୍‌ ଦୁହିଁଙ୍କୁ ଗିରଫ ପରେ କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର