ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲା : ୬ମାସ ପରେ ଅଭିଯୁକ୍ତ ଦାଦା ଗିରଫ

ଲକ୍ଷ୍ମୀପୁର : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ଧରଡା ଆଶ୍ରମ ବିଦ୍ୟାଳୟର ଜଣେ ଦଶମ ଶ୍ରେଣୀର ଛାତ୍ରୀଙ୍କୁ ମାଟ୍ରିକ ପରୀକ୍ଷା ଚାଲିଥିବା ସମୟରେ ଦୁଷ୍କର୍ମ ହୋଇଥିବା ନେଇ ଲକ୍ଷ୍ମୀପୁର ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଆଧାର କରି ଲକ୍ଷ୍ମୀପୁର ପୁଲିସ ମାର୍ଚ୍ଚ ୩ ତାରିଖ ଦିନ ଲକ୍ଷ୍ମୀପୁର ଥାନା କେଶ୍‍ ନମ୍ୱର ୨୭ ଦଫା ୩୬୩, ୩୭୬, ୫୦୬, ୩୪ ଓ ପୋକ୍‍ସୋ ଧାରା ଅନୁଯାୟୀ ମାମଲା ରୁଜୁ କରି ଅଭିଯୁକ୍ତକୁ ଧରିବାକୁ ତଦନ୍ତ ଚଳାଇଥିଲା। ଅଭିଯୁକ୍ତର ନାମରେ ମାମଲା ରୁଜୁ ହୋଇଥିବା ଜାଣି ୬ମାସ ଧରି ଅଭିଯୁକ୍ତ ଫେରାର୍‍ ହୋଇଥିବା ବେଳେ ଗୁରୁବାର କୌଣସି ଏକ କାର୍ଯ୍ୟ ସକାଶେ ଲକ୍ଷ୍ମୀପୁର ଆସୁଥିବା ଖବର ପାଇ ଲକ୍ଷ୍ମୀପୁର ପୁଲିସ ବନବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଅଭିଯୁକ୍ତ ଆସୁଥିବା ଗାଡିକୁ ଅଟକାଇ ଗିରଫ କରିଥିଲା। ଅଭିଯୁକ୍ତ ଜଣକ ସମ୍ପର୍କରେ ବଳତ୍କାରର ଶିକାର ହୋଇଥିବା ନାବାଳିକା ଛାତ୍ରୀଙ୍କ ସମ୍ପର୍କୀୟ ଦାଦା ବୋଲି ଜଣାପଡିଥିବା ବେଳେ ଡାକ୍ତରୀ ମାଇନା କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଗୌରହରି ସାହୁ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ଜଣକ ସୋଡାବାଡି ଗାଁର ଲମ୍ୱଦୋର ବେନିଆ ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର