ବୌଦ୍ଧ : ଜାତୀୟ ରାଜପଥ ୫୭ର ସରସରା ନିକଟରୁ ସୋମବାର ବୌଦ୍ଧ ଟାଉନ ଥାନା ପୁଲିସ ଜଣେ ଯୁବକଙ୍କ ରକ୍ତାକ୍ତ ଶବ ଉଦ୍ଧାର କରିଥିଲା। ଘଟଣାସ୍ଥଳରୁ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ ଜବତ କରିଥିଲା। ହତ୍ୟା ମାମଲା ରୁଜୁ କରି ତଦନ୍ତ କଲା ବେଳେ ଟଙ୍କା ଧାରକୁ ନେଇ ହତ୍ୟାକାଣ୍ଡ ଘଟିଥିବା ପୁଲିସ ଜାଣି ପାରିଛି। ଅଭିଯୁକ୍ତକୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି।
ପୁଲିସ ସୂଚନା ଅନୁସାରେ ମୃତ ଅନାମୁ ମିର୍ଦ୍ଧା ଧାନ ଅମଳ ପାଇଁ ଗାଁର ଚନ୍ଦନ ମଲ୍ଲିକ (ବେଡ଼ା)କୁ ଶ୍ରମିକ ଭାବରେ ଡାକିଥିଲେ। ଏ ବାବଦକୁ ବେଡ଼ା ସାତଶହ ଟଙ୍କା ପାଇବାର ଥିଲା। ଗୁରୁବାର ବେଡ଼ା ଟଙ୍କା ମାଗିବାକୁ ଅନାମୁ ଘରକୁ ଯାଇଥିବା ବେଳେ ଧାନ ବିକ୍ରି କରିବା ପରେ ଦେବେ ବୋଲି କହିଥିଲେ। ପରଦିନ ପୁଣି ଅନ୍ୟ ଜଣଙ୍କ ସହ ଯାଇ ଟଙ୍କା ମାଗି ବେଡ଼ା ଝଗଡ଼ା କରିଥିଲା। ରବିବାର ରାତିରେ ଗାଁର ଏକ ଚାଉମିନ ଦୋକାନ ନିକଟରେ ପୁଣି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଘଟଣା ପରେ ବେଡ଼ା ଏକ ଟାଙ୍ଗିଆ ନେଇ ଛକି ରହିଥିଲା। ଅନାମୁ ରାତିରେ ଘରକୁ ଫେରିବା ବେଳେ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ପୁଲିସ ତଦନ୍ତରୁ ଜାଣିପାରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/arrest-ff.jpg)