ଝାରସୁଗୁଡ଼ା: ଝାରସୁଗୁଡ଼ା ସଦର ଥାନାରେ ଏକ ଚୋରି ମାମଲାର ତଦନ୍ତ ପାଇଁ ଅଣାଯାଇଥିବା ଜଣେ ସନ୍ଧିଗ୍ଧ ବୁଧବାର ସକାଳେ ପୁଲିସ ହେପାଜତରୁ ‌ଖସି ଦୌଡ଼ି ପଳାଇଥିଲା। ପୁଲିସ ତାକୁ ଖୋଜି ସନ୍ଧ୍ୟାରେ ସମ୍ବଲପୁର ବରେଇପାଲିରୁ ଗିରଫ କରିବାରେ ସଫଳ ହୋଇଛି। ସଦର ଆଇଆଇସି ସୁଚିସ୍ମିତା ମହାନ୍ତିଙ୍କ ସୂଚନାନୁସାରେ ସାରସମାଲରେ ଜଣଙ୍କ ଘରୁ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା।

Advertisment

ଉକ୍ତ ଘଟଣାର ତଦନ୍ତ ପାଇଁ  ସାରସମାଲରେ ରହୁଥିବା ଉମେଶ ସତନାମୀକୁ ଥାନାକୁ ଅଣାଯାଇ ପଚରାଉଚରା କରାଯାଉଥିଲା। ଉମେଶ ଜଣେ ଅଭ୍ୟାସଗତ ଅପରାଧୀ ହୋଇଥିବାରୁ ପୁଲିସ ଚୋରି ଘଟଣାରେ ସନ୍ଦେହରେ ତାକୁ ଥାନାକୁ ଡାକିଥିଲା। ମାତ୍ର କୌଶଳକ୍ରମେ ସେ ଥାନାରୁ ଫେରାର ହୋଇ ଯାଇଥିଲା। ସମ୍ବଲପୁରରୁ ତାକୁ ଗିରଫ ପରେ କୋର୍ଟଚାଲାଣ କରାଯାଇଥିବା ଜଣାପଡ଼ିଛି।