ହସ୍‌ପିଟାଲ୍‌ରୁ ଅଭିଯୁକ୍ତ ଚମ୍ପଟ୍, ଥାନାରେ ମାମଲା       

ବ୍ରଜରାଜନଗର: ବ୍ରଜରାଜନଗର ବନାଞ୍ଚଳ ପକ୍ଷରୁ ଆମଧର ଅଞ୍ଚଳରୁ ଗିରଫ ଜଣେ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯିବାର ଥିଲା। ତେଣୁ ତା’ର ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଗତ ୨୨ ତାରିଖ ଦିନ ୧୧ଟା ବେଳେ ତାକୁ ବ୍ରଜରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା।

ମାତ୍ର ଅଭିଯୁକ୍ତ ଜଣକ ବନ କର୍ମଚାରୀଙ୍କୁ ଚକ୍‌ମା ଦେଇ ହସ୍ପିଟାଲରୁ ଫେରାର ହୋଇଯାଇଛି। ଏ ନେଇ ଫରେଷ୍ଟ ଗାର୍ଡ ସୂର୍ଯ୍ୟ କାନ୍ତ ପଟେଲଙ୍କ ଅଭିଯୋଗ କ୍ରମେ ବ୍ରଜରାଜନଗର ଥାନାରେ କେସ ନଂ. ୩୨୭, ଧାରା ୨୨୪ରେ ମାମଲା ରୁଜୁ କରାଯାଇଥିବା ବେଳେ ପୁଲିସ୍‌ ଅନୁସନ୍ଧାନ କରୁଥିବା ସୂଚନା ମିଳିଛି। ଅଭିଯୁକ୍ତ କିଭଳି ଫେରାର ହେଲେ ସେ ନେଇ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ଉପରେ ସାଧାରଣରେ ପ୍ରଶ୍ନ ଉଠିଛି। ଘଟଣା ଉପରେ ବିଭାଗୀୟ ଅଧିକାରୀ ଆବଶ୍ୟକ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର