ରେଢ଼ାଖୋଲ /ନାକଟିଦେଉଳ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ପୁଲିସ ହେପାଜତରୁ ଜଣେ ଅଭିଯୁକ୍ତ ଫେରାର ହେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ଅନୁସାରେ, ନାକଟିଦଉଳ ଥାନା ପୁଲିସ ବୈାଦ୍ଧ ଜିଲ୍ଲା ଅଞ୍ଚଳରୁ ଜଣେ ଅଭିଯୁକ୍ତଙ୍କୁ ଧରି ନାକଟିଦେଉଳକୁ ପ୍ରାୟ ରାତି ୭.୩୦ ମି ସମୟରେ ପହଞ୍ଚି ଥିଲେ। ହେଲେ ଅଭିଯୁକ୍ତଙ୍କୁ ଥାନାକୁ ନନେଇ ପୁଲିସ ନାକ୍ଟିଦେଉଳରୁ ୨ କିମି ଦୂର ଗୋଢିଧିପ ଛକକୁ ଜଳଖିଆ ଖୁଆଇବା ପାଇଁ ନେଇଥିଲେ।
ସେଠାରେ ଜଳଖିଆ ଖାଇବା ସମୟରେ ଅଭିଯୁକ୍ତ ଜଣକ ପୁଲିସର ଆଖିରେ ଧୁଳି ଦେଇ ଫେରାର ମାରିଥିଲେ। ପୁଲିସ ବହୁତ ଖୋଜାଖୋଜି ପରେ ମଧ୍ୟ ଅଭିଯୁକ୍ତଙ୍କୁ ଠାବ କରି ପାରି ନାହିଁ। ତେବେ ପୁଲିସ ଅଭିଯୁକ୍ତକୁ ଧରି ନାକ୍ଟିଦେଉଳ ପହଞ୍ଚିବା ପରେ ଥାନା ନ ଯାଇ ଗୋଧିଢ଼ିଅ ଜଳଖିଆ ଖୁଆଇ ନେବା ଘଟଣାକୁ ନେଇ ନାନା କଥା ଚର୍ଚ୍ଚା ହେଉଛି। ଏ ବାବଦରେ ନାକଟିଦେଉଳ ଥାନା ଅଧିକାରୀଙ୍କୁ ଯୋଗାଯୋଗ ଉଦ୍ୟମ କରାଯାଇଥିଲେ ହେଁ ସେ କଲ୍ ରିସିଭ କରୁନଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/arrest-1.jpg)