ବାଲେଶ୍ବର, : ବାଲେଶ୍ବର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଅଜନ୍ତା ଷଡ଼ଙ୍ଗୀ ଆଜି ଏକ ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତ ବାପୁନ ସିଂ (୨୦)ଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି। ଏଥିସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ଯାହା ଅନାଦେୟ ହେଲେ ଅଧିକ ତିନିମାସ ଜେଲ୍ ଦଣ୍ଡାଦେଶ ଭୋଗିବାକୁ ପଡ଼ିବ ବୋଲି ଶ୍ରୀମତୀ ଷଡ଼ଙ୍ଗୀ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ; ୨୦୧୭ ମସିହା ସେପ୍ଟେମ୍ବର ୨୯ ତାରିଖ ଦିନ ବାଲେଶ୍ବର ଜିଲ୍ଲା ଚାନ୍ଦିପୁର ଥାନା ଅଧୀନ ବାଙ୍କପଦା ଅଞ୍ଚଳର ଜଣେ ୧୪ ବର୍ଷର ଝିଅକୁ ସେହି ଗ୍ରାମର ମକରା ସିଂଙ୍କ ପୁଅ ବାପୁନ ଅପହରଣ କରି ନେଇଥିଲେ। ଏନେଇ ପରିବାର ଲୋକ ଝିଅକୁ ଖୋଜାଖୋଜି କରିଥିଲେ। ୫ ଅକ୍ଟୋବର ୨୦୧୭ ମସିହା ମଧ୍ୟାହ୍ନ ୧୨ଟା ବେଳେ ବାଲେଶ୍ବର ଷ୍ଟେସନ ଛକରୁ ବାପୁନ୍ ଓ ସମ୍ପୃକ୍ତ ଝିଅକୁ ତାଙ୍କ ପରିବାର ଲୋକ ଧରିଥିଲେ। ବାପୁନ୍ ପ୍ରଲୋଭନ ଦେଖାଇ ଝିଅକୁ ବାଲେଶ୍ବର ସହର ସ୍ଥିତ ତାଙ୍କ ସାଙ୍ଗ ଘରେ ନେଇ ରଖିବା ସହ ବାରମ୍ବାର ଦୁଷ୍କର୍ମ କରିଥିଲେ। ପରେ ସେ ବିବାହର ପ୍ରଲୋଭନ ଦେଖାଇ ବାଲେଶ୍ବର ବାହାରକୁ ନେଇଯାଉଥିବା ଝିଅ ଜଣକ ଚାନ୍ଦିପୁର ଥାନାରେ ଅଭିଯୋଗ କରିଥିଲେ। ଏନେଇ ଏକ ମାମଲା ରୁଜୁ କରିବା ସହ ପୁଲିସ ବାପୁନ୍କୁ କୋର୍ଟ ଚାଲାଣ କରିଥିଲା।
ନାବାଳିକା ଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲ୍
/sambad/media/post_attachments/wp-content/uploads/2019/06/jail-aa.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)