କଟକ : ନାବାଳିକା ଯୌନ ନିର୍ଯାତନା ମାମଲାର ଶୁଣାଣି କରି କଟକ ତୃତୀୟ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ଚିଲଡ୍ରେନ୍ସ କୋର୍ଟ ବିଚାରପତି ବନ୍ଦନା କର ପଶ୍ଚିମବଙ୍ଗ ପୂର୍ବ ମେଦିନାପୁର ଅନ୍ତର୍ଗତ କସବା ପଟ୍ଟାସପୁରର ସେକ୍ ଉଜିର ଓରଫ ଉଜିର ଖାନ୍(୫୩)କୁ ୧୦ ବର୍ଷ ସଶ୍ରମ କାରା ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏଥିସହିତ ଉଜିରକୁ ଅଦାଲତ ୧୫ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ପ୍ରଦାନ କରାଯାଇଛି। ଜରିମାନା ଅନାଦେୟ ଦୋଷୀକୁ ଅଧିକ ୧ବର୍ଷ ଜେଲଦଣ୍ଡ ଭୋଗ କରିବାକୁ ପଡିବ ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି। ପୋକ୍ସୋ ଆଇନର ଧାରା ୬ରେ ୧୦ବର୍ଷ ସଶ୍ରମ କାରାଦଣ୍ଡ, ୧୦ହଜାର ଟଙ୍କା ଜରିମାନା ତଥା ଆଇପିସିର ଦଫା ୫୦୬ରେ ୧ବର୍ଷ ଜେଲ ଓ ୫ହଜାର ଟଙ୍କା ଜରିମାନା ଦଣ୍ଡ ପ୍ରଦାନ କରାଯାଇଛି। ସମ୍ପୃକ୍ତ ପୀଡିତାଙ୍କୁ କ୍ଷତିପୂରଣ ପ୍ରଦାନ ପ୍ରସଂଗରେ ଜିଲ୍ଲା ଆଇନସେବା ପ୍ରାଧିକରଣ ବିଚାର କରି ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି।
ମାମଲାର ବିବରଣୀରୁ ପ୍ରକାଶ ଯେ, ଦରଘାବଜାର ଥାନା ଅନ୍ତର୍ଗତ କଦମରସୁଲ ଅଞ୍ଚଳରେ ଜଣଙ୍କ ଘରେ ଭଡା ନେଇ ରହୁଥିବା ଉଜିର ସ୍କ୍ରାପ୍ ବ୍ୟବସାୟ କରୁଥିଲା। ପୀଡିତା ନାବାଳିକା(୧୩)କୁ ସେ ନିୟମିତ ପାନ ଆଣିବାକୁ ଦୋକାନକୁ ପଠାଉଥିଲା। ସୁଯୋଗ ଦେଖି ନାବାଳିକା ସହିତ ସେ ଦୁଷ୍କର୍ମ କରିଥିଲା।