ମାନସିକ ବିକୃତ ମହିଳାଙ୍କୁ ଦୁଷ୍କର୍ମ ମାମଲା : ଦୋଷୀଙ୍କୁ ୧୦ ବର୍ଷ ଜେଲ୍‌

କେନ୍ଦୁଝର : ଜଣେ ମାନସିକ ବିକୃତ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ମିତ୍ରଭାନୁ ମହାପାତ୍ର ଓରଫ ଭୁଲୁ ନାମକ ଜଣେ ୩୦ ବର୍ଷୀୟ ଯୁବକଙ୍କୁ ୧୦ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି। କେନ୍ଦୁଝର ଜିଲ୍ଲା ସହକାରୀ ଦୌରାଜଜ୍‌ ଡକ୍ଟର ମମତା ମହାନ୍ତି ଏହି ମାମଲାର ବିଚାର କରି ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି।

କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଗରଗଡବାହାଳ ଗ୍ରାମର ଟୁରୀ ମୁଣ୍ଡାଙ୍କର ସ୍ତ୍ରୀଙ୍କର ମାନସିକ ବିକୃତି ଥିବାବେଳେ ସେହି ଗ୍ରାମର ଭ୍ରମରବର ମହାପାତ୍ରଙ୍କ ପୁଅ ମିତ୍ରଭାନୁ ଓରଫ ଭୁଲୁ ତାଙ୍କୁ ଦୁଷ୍କର୍ମ କରିଥିଲେ। ଏହି ଘଟଣା ୨୦୧୭ ମସିହା ନଭେମ୍ବର ୧ତାରିଖ ଭୋର ସାଢ଼େ ୫ଟା ବେଳେ ଘଟିଥିଲା। ମହିଳାଙ୍କ ସ୍ୱାମୀ ଜଙ୍ଗଲକୁ ଯାଇଥିବାର ସୁଯୋଗ ନେଇ ଭୁଲୁ ଏହି କାଣ୍ଡ ଘଟାଇଥିଲେ। ମହିଳାଙ୍କର ଚାରିବର୍ଷର ଶିଶୁ ପୁତ୍ର ଏହି ଘଟଣା ଦେଖି ପ୍ରଘଟ କରିବା ସହ ପରିବାର ଲୋକଙ୍କୁ ଖବର ଦେଇଥିଲା। ପରିବାର ଲୋକ ଓ ଗ୍ରାମର ବାସିନ୍ଦାମାନେ ଏହି ଘଟଣା ଆସି ଦେଖିଥିବାବେଳେ ମହିଳାଙ୍କ ଦିଅର ସୁରେଶ ମୁଣ୍ଡା ହରିଚନ୍ଦନପୁର ଥାନାରେ ଏତଲା ଦେଇଥିଲେ । ଭାରତୀୟ ପିଙ୍ଗଳ କୋର୍ଡ ଧାରା ୩୭୬(୨)(ଟ) ରେ ମାମାଲା ରୁଜୁ କରାଯାଇ ଅଭିଯୁକ୍ତକୁ ଗିରଫ କରାଯାଇଥିଲା ।

କେନ୍ଦୁଝର ସହକାରୀ ଦୌରା ଜଜ ତଥା ଫାଷ୍ଟ ଟ୍ରାକ କୋର୍ଟରେ ଏସଟି କେଶ ସଂଖ୍ୟା ୩/୩୬ ୨୦୧୯-୧୮ରେ ୨୦ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଏହି ଦଣ୍ଡାଦେଶ ପ୍ରଦାନ କରାଯାଇଛି । ଅଭିଯୁକ୍ତଙ୍କ ବୟସ ୩୦ବର୍ଷର ଯୁବକ ହୋଇଥିବାବେଳେ ମହିଳାଙ୍କର ଗୋଟିଏ ୧୧ବର୍ଷର ଝିଅ, ୪ବର୍ଷ ଓ ୨ବର୍ଷର ପୁଅ ଥିବା ବିବରଣୀରୁ ଜଣାପଡିଛି । ସରକାରଙ୍କ ତରଫରୁ ସ୍ୱତନ୍ତ୍ର ଓକିଲ ବିନୀତା ଦାଶ ମାମଲା ପରିଚାଳନା କରୁଥିଲେ ।

ସମ୍ବନ୍ଧିତ ଖବର