ନାବାଳିକା ଅସଦାଚରଣ ମାମଲାରେ ୩ ବର୍ଷ ଜେଲ୍

କଟକ : ନାବାଳିକାକୁ ଅସଦାଚରଣ ଅଭିଯୋଗ ସଂପର୍କିତ ମାମଲାର ଶୁଣାଣି କରି କଟକ ତୃ୍ତୀୟ ଅତିରିକ୍ତ ଦୌରା ଜଜ୍ ତଥା ଚିଲ୍‌ଡ୍ରେନ୍‌ସ୍ କୋର୍ଟ ବିଚାରପତି ବନ୍ଦନା କର ଅଭିଯୁକ୍ତ ହରି ଓରଫ ହରିହର ବେହେରା(୫୫)କୁ ପୋକ୍ସୋ ଆଇନର ଧାରା ୮ରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ହରିକୁ ତିନି ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଅଦାଲତ ପ୍ରଦାନ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ପେଶାଲ ପବ୍ଲିକ୍ ପ୍ରସିକ୍ୟୁଟର ରମେଶ ଚନ୍ଦ୍ର ମହାନ୍ତି ମାମଲା ପରିଚାଳନା କରୁଥିଲେ। ବିବରଣୀରୁ ପ୍ରକାଶ ଯେ ୨୦୧୭, ଅଗଷ୍ଟ ୨୮ରେ ପୀଡିତା ନାବାଳିକାକୁ ତା’ର ମା ଆଳୁ ଆଣିବାକୁ ବଜାରକୁ ପଠାଇଥିଲେ। ଏହି ସମୟରେ ହରି ନାବାଳିକାକୁ ଏକୁଟିଆ ପାଇ ଅସଦାଚରଣ କରିଥିବା ନେଇ ମାଲଗୋଦାମ ଥାନାରେ ଅଭିଯୋଗ ହୋଇଥିଲେ।

ସମ୍ବନ୍ଧିତ ଖବର