ବଲାଙ୍ଗୀର : ଜଣେ ୧୪ ବର୍ଷର ନାବାଳିକାକୁ ଅସଦାଚରଣ ମାମଲାର ବିଚାର କରି ବଳାଙ୍ଗୀର ପୋକ୍ସୋ କୋର୍ଟ ବିଚାରପତି ଗୋପବନ୍ଧୁ ଗଡ଼ନାୟକ ଅପରାଧୀକୁ ୪ ବର୍ଷ ଜେଲ୍‌ ସହିତ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟେ ଅଧିକ ୩ ମାସ ଜେଲ୍‌ ପାଇଁ ମଧ୍ୟ ରାୟ ଶୁଣାଇଛନ୍ତି।

Advertisment

୨୦୧୭ ମସିହା ମାର୍ଚ୍ଚ ୪ ତାରିଖ ଦିନ ଘର ବାରିପଟକୁ ଜଣେ ନାବାଳିକା ପରିସ୍ରା କରିବାକୁ ଯାଇଥିବା ବେଳେ ବଲାଙ୍ଗୀର ସଦର ଥାନା ବାରପୁଡ଼ଗିଆ ଗାଁର ସଚ୍ଚିକାନ୍ତ ବରିହା(୪୫) ନାମକ ଜଣେ ବ୍ୟକ୍ତି ତା’ପ୍ରତି ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ସଦର ଥାନାରେ ୫୩/୫.୩.୨୦୧୭ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ପୁଲିସ ଗିରଫ କରିଥିଲା। ଏହି ମାମଲାର ବିଚାର କରି ଉପରୋକ୍ତ ରାୟ ପ୍ରକାଶ ପାଇଛି। ସରକାରୀ ଓକିଲ ପ୍ରିୟରଞ୍ଜନ ବହିଦାର ମାମଲା ପରିଚାଳନା କରୁଥିଲେ।