ବୌଦ୍ଧ : ବୌଦ୍ଧ ଜିଲ୍ଲା ଦୌରାଜଜ୍ଙ୍କ ଅଦାଲତରୁ ଏକ ବିଚାରାଧୀନ ମାମଲାର ଫାଇଲ ଉଭାନ ହେବା ନେଇ ବୌଦ୍ଧ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୁଲିସ ମାମଲାର ତଦନ୍ତ କରି ଫାଇଲ ଚୋରି ପଛର କାରଣ ବାହାର କରିଥିଲା।
ପୋକ୍ସୋ କେସର ଅଭିଯୁକ୍ତ ତ୍ରିଜିତ ସିଂହ କୋର୍ଟର ପିଅନ ରାଜେନ୍ଦ୍ର ପ୍ରଧାନଙ୍କ ସହାୟତାରେ କୋର୍ଟରେ ବିଚାରାଧୀନ ଥିବା ସ୍ପେସାଲ କେସ ୪/୨୦୧୮(ପୋକ୍ସୋ)ର ଦସ୍ତାବିଜ ଗାୟବ କରାଇଥିବା ଜଣାପଡ଼ିଥିଲା। ଏସ୍ଡିପିଓ ଆନନ୍ଦ ବର୍ଦ୍ଧନ ଗୁରୁଙ୍କ ତତ୍ବାବଧାନରେ ତଦନ୍ତ ଚାଲିଥିବା ବେଳେ ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଅତିରିକ୍ତ ଜିଲ୍ଲା ଜଜ୍ କୋର୍ଟରେ ଗତ ଫେବ୍ରୁଆରି ୮ ତାରିଖରେ ମାମଲା ଦାଏର ହୋଇଥିଲା। ୧୨୦ ଦିନ ମଧ୍ୟରେ ଅତିରିକ୍ତ ଜିଲ୍ଲାଜଜ୍ ଏହାର ବିଚାର କରି ଉଭୟଙ୍କୁ ୭ ବର୍ଷ ଜେଲଦଣ୍ଡ ଓ ୬ ହଜାର ଟଙ୍କାର ଜରିମାନା ଆଦାୟ ନିର୍ଦ୍ଦେଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/jail-1.jpg)