ସମ୍ବଲପୁର : ସମ୍ବଲପୁର ଅଞ୍ଚଳର ଜଣେ ଯୁବତୀ ଭତରା ଅଞ୍ଚଳର ଜଣେ ଯୁବକଙ୍କୁ ପ୍ରେମ ବିବାହ କରିଥିଲେ। ଭତରାର ବିକାଶ ଜଗଦଲା ତାଙ୍କ ଘରେ ନ ଜଣାଇ ବିବାହ କରିଥିବା କହି ଯୁବତୀଙ୍କୁ ଆଉ ନିଜ ଘରକୁ ନେଇ ନଥିଲେ। ଫଳରେ ବାଧ୍ୟ ହୋଇ ଯୁବତୀ ଝଣକ ତାଙ୍କ ବାପ ଘରେ ରହିଲେ। କିଛି ବର୍ଷ ରହିବା ପରେ ଯୁବତୀ ଜଣକ ବିକାଶଙ୍କ ଘରକୁ ଯିବା ପାଇଁ ଅଡ଼ି ବସିଲେ। କିନ୍ତୁ ଯୁବକ ଜଣକ ପଛଘୁଞ୍ଚା ଦେଇ ଚାଲିଲେ। କଥା ଆଗକୁ ବଢ଼ି ଥାନାରେ ପହଞ୍ଚିଲା। ବିକାଶ ଏକ ଭଡ଼ା ଘର ନେଇ ଯୁବତୀଙ୍କୁ ସେଠାରେ ରଖିବା ସହ ସମସ୍ତ ଦାୟିତ୍ବ ତୁଲାଇବେ ବୋଲି ଥାନାରେ ଲେଖାପଢ଼ା ହେଲା। କିନ୍ତୁ ବିକାଶ ଲଗାତାର ଭାବେ ଠକି ଚାଲିଲେ।
ଏସବୁ ଭିତରେ ୫ ମାସ ତଳେ ତାଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ଜନ୍ମ ହେଲା। ଏହା ପରେ ଯୁବତୀ ଜଣକ ବାହାରେ ଘର ଭଡ଼ା ନେବା କଥା କହିବାରୁ ବିକାଶ ଗାଳିଗୁଲଜ କରିବା ସହ ପୁଣି ବାହାନା କଲେ। ଅନ୍ୟପଟେ ବିକାଶଙ୍କ ପାଇଁ ତାଙ୍କ ପରିବାର ଲୋକେ ଝିଅ ଦେଖୁଥିବା ଯୁବତୀ ଜଣକ ଶୁଣିବାକୁ ପାଇଲେ। ଏହା ଶୁଣିବା ପରେ ଯୁବତୀ ଜଣକ ଗତ ୧୧ ତାରିଖ ଦିନ ଝିଅକୁ ଧରି ଭତରା ସ୍ଥିତ ବିକାଶଙ୍କ ଘରକୁ ଯାଇଥିଲେ। ସେତେବେଳେ ବିକାଶ ଘରେ ନଥିଲେ। ତାଙ୍କ ଅନୁପସ୍ଥିତିରେ ବିକାଶଙ୍କ ପରିବାର ଲୋକେ ଯୁବତୀଙ୍କୁ ମାର୍ପିଟ୍ କରିବା ସହ ଗାଳିଗୁଲଜ କରିଥିଲେ। କୌଣସି ଉପାୟ ନପାଇ ଯୁବତୀ ଜଣକ ଶେଷରେ ମହିଳା ଥାନାରେ ତାଙ୍କ ସ୍ବାମୀ ଓ ସ୍ବାମୀଙ୍କ ପରିବାର ଲୋକଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତ ବିକାଶଙ୍କୁ ପୁଲିସ ଗିରଫ କରି ଶନିବାର କୋର୍ଟଚାଲାଣ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/arrest-ff.jpg)