ଓଡ଼ଗାଁ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଧୀନ ରୋହିବାଙ୍କ ପଞ୍ଚାୟତର ବାଘୁଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ମାତ୍ର କିଛି ମାସ ତଳେ ଉକ୍ତ ଗ୍ରାମର ବିପ୍ର ପ୍ରଧାନଙ୍କ ପୁଅ ବାବୁଲାଙ୍କୁ ଗଞ୍ଜାମ ତାରସିଙ୍ଗ ଅଞ୍ଚଳର ବର୍ଷା ପ୍ରଧାନ(୨୦) ବିବାହ କରିଥିଲେ। ତେବେ ଅଧିକ ଯୌତୁକ ଆଣିବା ଦାବି କରି ବର୍ଷାଙ୍କୁ ଶାଶୁ ଘର ଲୋକ ହତ୍ୟା କରିଥିବା ଅଭିଯୋଗ ଆସିଛି। ବର୍ଷାଙ୍କ ପରିବାରବର୍ଗଙ୍କ ଅଭିଯୋଗ ଆଧାରରେ ଓଡ଼ଗାଁ ପୁଲିସ ସ୍ବାମୀ ବାବୁଲାଙ୍କୁ ଗିରଫ କରିଥିବା ଆଇଆଇସି ପ୍ରଜ୍ଞାପରମିତା ସୂଚନା ଦେଇଛନ୍ତି।
ଅଧିକ ଯୌତୁକ ଆଣିବାକୁ ଶାଶୁଘର ପକ୍ଷରୁ ବର୍ଷାଙ୍କ ଉପରେ ଚାପ ପକାଯାଉଥିଲା। ଏଭଳି ସ୍ଥିତିରେ ଗତକାଲି ସନ୍ଧ୍ୟାରେ ବନ୍ଦ କୋଠରୀରୁ ବର୍ଷାଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଥିଲା। ଏନେଇ ଅଧିକ ତଦନ୍ତ କରାଯାଉଛି, ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ହତ୍ୟା କି ଆତ୍ମହତ୍ୟା ସ୍ପଷ୍ଟ ହେବ ବୋଲି ଆଇଆଇସି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/odagoan-2.jpg)