ଯୁବତୀଙ୍କୁ ନଦୀକୁ ଠେଲିଦେଇ ଦୁର୍ବୃତ୍ତ ପାର୍‌

ସୁଜନପୁର : ଯାଜପୁର ସଦର ଥାନା ଅଧୀନ ବରୁଆଁ-ଯାଜପୁର ମୁଖ୍ୟ ରାସ୍ତାର ଖରସ୍ରୋତା ନଦୀ (ରାଜଘାଟ) ଓଭର ବ୍ରିଜ୍‌ ଉପରୁ ଜଣେ ଯୁବତୀକୁ କେହି ଦୁର୍ବୃତ୍ତ ଠେଲି ଦେଇ ଫେରାର୍‌ ହୋଇଯାଇଥିବା ଜଣାପଡ଼ିଛି। ଯୁବତୀ ଜଣକ ନଦୀରେ ନିଖୋଜ ହୋଇଯାଇଥିବାବେଳେ ଖବର ହସ୍ତଗତ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଗତକାଲି ରାତିରେ ଏହି ଘଟଣା ଘଟିଛି। ଗତକାଲି ସଦର ଥାନା ପୁଲିସ ପାଟ୍ରୋଲିଂ କରୁଥିବା ଖରସ୍ରୋତା ନଦୀର ଓଭରବ୍ରିଜ୍‌ ପାଖରେ ଜଣେ ଯୁବତୀର ଚିତ୍କାର ଶୁଣିବାକୁ ପାଇଥିଲେ। ମତେ ବଞ୍ଚାଅ ଓ ଉଦ୍ଧାର କର ବୋଲି ଚିତ୍କାର କରି ଛାତିଏ ପାଣିରେ ଯୁବତୀ ଜଣକ ଥିବା ପୁଲିସ ଦେଖିବାକୁ ପାଇଥିଲେ। ଏହା ପରଠାରୁ ସେ ପାଣିରେ ନିଖୋଜ ହୋଇଯାଇଥିଲେ। ଯୁବତୀଙ୍କୁ କେହି ଅପହରଣ କରି ଦୁର୍ଷ୍କମ କରିବା ପରେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ନଦୀକୁ ଠେଲି ଦେଇ ଥାଇପାରନ୍ତି କିମ୍ବା ପ୍ରେମଜନିତ କାରଣରୁ ଏଭଳି ହୋଇଥାପାରେ ବୋଲି ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର