ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସୋରଡ଼ାରେ ପାରିବାରିକ କଳହରୁ ପତ୍ନୀଙ୍କୁ ବିଷ ପିଆଇ ହତ୍ୟା ଅଭିଯୋଗ ହୋଇଛି। ସୋରଡ଼ା ଥାନା ଅନ୍ତର୍ଗତ ସାନବଦାଙ୍ଗି ଗ୍ରାମରେ ଘଟିଛି ଏହି ଘଟଣା। ଖବର ପାଇ ସୋରଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ସ୍ୱାମୀକୁ ଥାନାରେ ଅଟକ ରଖିଛି। ଏନେଇ ତଦନ୍ତ ଆରମ୍ଭ କରିଛି ପୁଲିସ। ତେବେ ମହିଳାଙ୍କ ଶାଶୁଘର ଲୋକେ ଏହାକୁ ଆତ୍ମହତ୍ୟା ବୋଲି କହିଛନ୍ତି। କିନ୍ତୁ ବାପଘର ଲୋକେ ଏହାକୁ ହତ୍ୟା ବୋଲି ଅଭିଯୋଗ କରିଛନ୍ତି।

Advertisment

ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମହିଳାଙ୍କ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୁଲିସ୍ କହିଛି।