ବାଲେଶ୍ଵର : ପୁଣି ହସ୍ପିଟାଲରୁ ଶିଶୁ ଚୋରି ଘଟଣା ସାମ୍ନାକୁ ଆସିଛି। ବାଲେଶ୍ଵର ହସ୍ପିଟାଲର ପ୍ରସୂତି ବିଭାଗରୁ ଶିଶୁପୁତ୍ରଙ୍କୁ ଚୋରି କରାଯାଇଥିବା କୁହାଯାଉଛି। ବାଲିଆପାଳ ବ୍ଲକ କୁଲହାଚଡର ଅନିତା ଦଣ୍ଡପାଟଙ୍କ ଶିଶୁପୁ୍ରଙ୍କୁ ଚୋରି କରାଯାଇଥିବା ଅଭିଯୋଗ ହୋଇଛି । ଅନିତାଙ୍କର ବାଲେଶ୍ଵର ହସ୍ପିଟାଲରେ ଗତକାଲି ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା ।

Advertisment

ପ୍ରସବ ପରେ ଜଣେ ଅଜଣା ମହିଳାଙ୍କ ସହ ତାଙ୍କର ଦେଖା ହୋଇଥିଲା। ମହିଳା ଜଣକ ପୋଲିଓ ବୁନ୍ଦା ଖୁଆଇବାକୁ କହି ଅନିତାଙ୍କ ପାଖରୁ ତାଙ୍କ ଶିଶୁପୁତ୍ରଙ୍କୁ ନେଇ ଫେରାର ହୋଇଯାଇଥିବା ଅଭିଯୋଗ । ସିସିଟିଭି ଫୁଟେଜରୁ ପୁଲିସତ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ।