ବୁର୍ଲା: ଭିମ୍ସାରରୁ ଶିଶୁ ଚୋରି ଘଟଣାରେ ପୁଲିସ ଅଭିଯୁକ୍ତ ମହିଳା ଜସ୍ପାଞ୍ଜଳି ଓରାମ(୨୮)ଙ୍କୁ ଗିରଫ କରିଛି। ତେବେ ପିଲା ଚୋରି ପଛର କାରଣ ସଂପର୍କରେ ଅତିରିକ୍ତି ଏସ୍ପି ଗଣମାଧ୍ୟମକୁ ଦେଇଥିବା ସୂଚନା ସମାଜିକ ବ୍ୟବସ୍ଥା ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଜସ୍ପାଞ୍ଜଳିଙ୍କ ବର୍ତ୍ତମାନ କୌଣସି ସନ୍ତାନ ନଥିବା ବେଳେ ଲୋକଙ୍କ ଟାହି ଟାପରା ସହି ନପାରି ପିଲାଚୋରି କରିଥିବା ତଦନ୍ତରୁ ଜଣାପଡ଼ିଛି। ଅତିରିକ୍ତ ଏସ୍ପି ଶ୍ରୀ ପାଣ୍ଡେ କହିଛନ୍ତି ଯେ ସମ୍ବଲପୁର ଥାନା ଅନ୍ତର୍ଗତ ମିର୍ଗାମୁଣ୍ଡା ଗ୍ରାମର ଅରୁଣ ଓରାମ ଓ ଶାସନ ଥାନା ଅନ୍ତର୍ଗତ ଖୁଲିଆଦବଲ ଗ୍ରାମର ଜସ୍ପାଞ୍ଜଳିଙ୍କ ମଧ୍ୟରେ ଛୋଟ ବେଳେ ପ୍ରେମ ସମ୍ପର୍କ ରହିଥିଲା।
ଅରୁଣଙ୍କ ମା’ଙ୍କ ମୃତ୍ୟୁ ପରେ କାମ ସେ କରିବାକୁ ମହାରାଷ୍ଟ୍ର ଚାଲି ଯାଇଥିଲେ। ଜସ୍ପାଞ୍ଜଳିଙ୍କ ଅନ୍ୟତ୍ର ବିବାହ ହୋଇଥିଲା ଏବଂ ତାଙ୍କର ଏକ ୧୦ ବର୍ଷର ଝିଅ ଅଛି। ତେବେ ଜସ୍ପାଞ୍ଜଳିଙ୍କ ସ୍ବାମୀ ଅନ୍ୟ ଜଣେ ଝିଅକୁ ଭଲପାଇ ପଳାଇଯିବାରୁ ୨୦୨୧ରେ ବିବାହ ବିଚ୍ଛେଦ ହୋଇଥିଲା। ଇତିମଧ୍ୟରେ ମହାରାଷ୍ଟ୍ରରୁ ଫେରି ଶ୍ୟାମ ମେଟାଲିକ୍ସରେ କାମ କରୁଥିବା ଅରୁଣଙ୍କ ସହ ଜସ୍ପାଞ୍ଜଳିଙ୍କ ପୁନଃସଂପର୍କ ସ୍ଥାପନ ହୋଇଥିଲା। ଜସ୍ପାଞ୍ଜଳିଙ୍କ ସହିତ ଥିବା ଝିଅକୁ ତା' ବାପା ନେଇଯାଇଥିଲେ। ଏବେ ଜସ୍ପାଞ୍ଜଳିଙ୍କ କୌଣସି ସନ୍ତାନସନ୍ତିତ ନ ଥିବାରୁ ଆତ୍ମୀୟମାନେ ଟାହିଟାପରା କରୁଥିଲେ। ଯାହା ଅସହ୍ୟ ହୋଇପଡ଼ୁଥିଲା। ଜସ୍ପାଞ୍ଜଳି ଗର୍ଭଧାରଣ କରିଥିଲେ ସୁଦ୍ଧା ଗର୍ଭନଷ୍ଟ ହୋଇଯାଇଥିଲା। ହେଲେ ଏ ବିଷୟ ସେ ସ୍ବାମୀ ଅରୁଣଙ୍କୁ ଲୁଚାଇଥିଲେ। ଏପରିକି ପେଟରେ ଲୁଗା ବାନ୍ଧି ଗର୍ଭଧାରଣର ଅଭିନୟ କରିଥିଲେ। ସେପଟେ ସ୍ତ୍ରୀ ଗର୍ଭବତୀ ଥିବାରୁ ଜାତିର ପ୍ରଥା ଅନୁସାରେ ଅରୁଣ ଦାଢ଼ି କାଟୁ ନଥିଲେ। ଜସ୍ପାଞ୍ଜଳି ଡାକ୍ତରଙ୍କୁ ଦେଖାଇବା ବାହାନାରେ ନିୟମିତ ଡାକ୍ତରଖାନାକୁ ଯିବାଆସିବା କରୁଥିଲେ।
ଗର୍ଭବତୀ ଥିବା ନେଇ ସ୍ବାମୀଙ୍କୁ ବି ମିଛ କହିଥିଲେ
ନିଜ ମା’ କୋଳକୁ ଫେରିଲା ଶିଶୁ, ମହିଳା ଗିରଫ
ଭଳି ସ୍ଥିତିରେ ରବିବାର ଭିମସାରକୁ ଆସିଥିବା ଛତିଶଗଡ଼ର ଦଂପତି ସହ ସାକ୍ଷାତ ହୋଇଥିଲା। ସେମାନଙ୍କ ଛୁଆକୁ ଚୋରି କରିବା ଉଦ୍ଦେଶ୍ୟ ରଖି ନିଜର ଗୋଟିଏ ପୁଅ ହୋଇଥିବା ସ୍ବାମୀକୁ ଫୋନ୍ରେ ଜଣାଇଥିଲେ। ପୁଅକୁ ଦେଖିବା ପାଇଁ ସ୍ବାମୀ ସୋମବାର ଭିମସାରରେ ଆସି ପହଞ୍ଚିଥିଲେ। ଶିଶୁକୁ ଏସ୍ଏନ୍ସିୟୁରେ ଭର୍ତ୍ତି କରାଯାଇଛି ବୋଲି ଜସ୍ପାଞ୍ଜଳି ନିଜ ସ୍ବାମୀଙ୍କୁ କହିଥିଲେ। ଘଟଣା ଦିନ ସ୍ବାମୀକୁ ଫୋନ୍ କରି ଡାକି ରାସ୍ତାକଡ଼ରେ ଥିବା ସୁପର ସ୍ପୋସାଲିଟି କୋଠା ସମ୍ମୁଖ ଗଛତଳେ ଅପେକ୍ଷା କରିବାକୁ କହିଥିଲେ। ସେଠାରୁ ଶିଶୁକୁ ନେଇ ସ୍ବାମୀ ସ୍ତ୍ରୀ ନିଜ ଗାଁକୁ ଯାଇଥିଲେ। ପୁଲିସ ଚଢ଼ଉ କରି ରେଙ୍ଗାଲି ଥାନା ଗଣେଶନଗରରୁ ଶିଶୁକୁ ଉଦ୍ଧାର କରିଥିଲା। ଅନ୍ୟପକ୍ଷରେ ଆଜି ସକାଳେ ଜିଲ୍ଲା ଶିଶୁ ସୁରକ୍ଷା ସମିତିର ଅଧ୍ୟକ୍ଷ ପ୍ରଶାନ୍ତ ପାଢ଼ୀଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ବୁର୍ଲା ଥାନା ଓ ଶିଶୁ ଚିକିତ୍ସିତ ହେଉଥିବା ଭିମସାରର ଏସ୍ଏନ୍ସିୟୁକୁ ଯାଇ ଅନୁଧ୍ୟାନ କରିଥିଲେ। ପୁଲିସ ଉପସ୍ଥିତିରେ ଛତିଶଗଡ଼ ମହାସମୁନ୍ଦ ଜିଲ୍ଲା ବସନା ଥାନା ଅନ୍ତର୍ଗତ ବଡ଼େସଜାପାଲି ଗ୍ରାମର ମୋହନ ଦାସଙ୍କ ପତ୍ନୀ ସୀତାଙ୍କୁ ଶିଶୁକୁ ହସ୍ତାନ୍ତର କରାଯାଇଛି।