ନାବାଳିକା ଅସଦାଚରଣ ମାମଲାରେ ଆସାମୀକୁ ୩ ବର୍ଷ ଜେଲ୍‌

ଯାଜପୁରଟାଉନ/ସଦର : ଜନୈକା ନାବାଳିକାଙ୍କୁ ଅସଦାଚରଣ ମାମଲାରେ ଆସାମୀଙ୍କୁ  ୩ବର୍ଷର ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ଯାଜପୁର ସ୍ବତନ୍ତ୍ର ଫାଷ୍ଟଟ୍ରାକ କୋର୍ଟ। ଅଭିଯୁକ୍ତ ହେଉଛି ଲକ୍ଷ୍ମୀନଗର ଗ୍ରାମର ଗଗନ ମଲ୍ଲିକ।

୨୦୧୪ ରେ ପାଣିକୋଇଲି ଥାନା ଶଙ୍ଖଚିଲା ଫାଣ୍ଡି ଅଞ୍ଚଳରେ ଜନୈକା ୧୨ ବର୍ଷର ନାବାଳିକା ସନ୍ଧ୍ୟାରେ ନିଜ ଘର ସାମ୍‌ନାରେ ଥିବାବେଳେ ଲକ୍ଷ୍ମୀନଗର ଗ୍ରାମର ଗଗନ ମଲ୍ଲିକ ତାଙ୍କ ହାତ ଧରି ଟାଣିଥିଲା। ଏହି ସମୟରେ ସଂପୃକ୍ତ ନାବାଳିକା ଚିତ୍କାର କରିବାରୁ ପରିବାର ଲୋକେ ସେଠାରେ ପହଞ୍ଚି ଯାଇଥିଲେ। ଏହା ଦେଖି ଅଭିଯୁକ୍ତ ନେଇଥିବା ବାଇକ୍‌ ଷ୍ଟାର୍ଟ କରି ପଳାଇଯିବାକୁ ଉଦ୍ୟମ କରିଥିଲା। ନାବାଳିକାଙ୍କ ମାଆ ଓ ବଡ଼ଭଉଣୀ ତାକୁ ଧରିବାକୁ ଉଦ୍ୟମ କରିବାରୁ ଅଭିଯୁକ୍ତ ଦୁହିଁଙ୍କ ଧକ୍କା ମାରି ଧାଇଁ ପଳାଇ ଯାଇଥିଲା। ଏ ସଂକ୍ରାନ୍ତରେ ନାବାଳିକାଙ୍କ ମାଆ ପାଣିକୋଇଲି ଥାନାରେ ଏତଲା ଦେଇଥିଲେ।

ପୁଲିସ ମାମଲା ୧୨୨/୧୬.୧୧.୨୦୧୪) ରୁଜୁ କରି ଦଫା ୩୫୪(କ)ଓ ୮ପୋକ୍ସୋ ଆଇନ ଅନୁଯାୟୀ  ତଦନ୍ତ କରିଥିଲା। ଯାଜପୁରର ପୋକ୍ସୋ ତଥା ସ୍ବତନ୍ତ୍ର ଫାଷ୍ଟଟ୍ରାକ୍‌ କୋର୍ଟର ବିଚାରପତି ଗୋପାଳଚନ୍ଦ୍ର ପଟ୍ଟନାୟକ ଏହି ମାମଲାରେ ୮ଜଣଙ୍କ ସାକ୍ଷ୍ୟପ୍ରମାଣକୁ ଆଧାର କରି ଅଭିଯୁକ୍ତ ଗଗନ ମଲ୍ଲିକକୁ ୩ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏଥି ସହିତ  ୨ ହଜାର ଜରିମାନା ଏବଂ ଅନାଦାୟ ଏକମାସର କାରାଦଣ୍ଡ ପାଇଁ ରାୟ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଏହି ମାମଲାକୁ ସ୍ବତନ୍ତ୍ର ପିପି ରାଜୀବ ମହାନ୍ତି ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର