ନିମ୍ନ ଅଦାଲତଙ୍କ ଆଜୀବନ କାରାଦଣ୍ଡାଦେଶ ହାଇକୋର୍ଟରେ ରଦ୍ଦ : ୧୭ ବର୍ଷ ପରେ ଜେଲରୁ ମୁକୁଳିବେ ଅଭିଯୁକ୍ତ

କଟକ : ଏକ ହତ୍ୟା ମାମଲାରେ ନିମ୍ନ ଅଦାଲତ ଦ୍ବାରା ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ସଶ୍ରମ କାରାଦଣ୍ଡ ଭୋଗ କରୁଥିବା ଜଣେ ବ୍ୟକ୍ତିଙ୍କୁ ହା‌ଇକୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ପ୍ରାୟ ୧୭ ବର୍ଷ ଧରି ଜେଲ୍‌ରେ ଥିବା ଏହି ବ୍ୟକ୍ତିଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜଷ୍ଟିସ ଏସ୍.କେ.ମିଶ୍ର ଓ ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଅନୁପ୍ରମ ଯାଦବଙ୍କ ଆବେଦନର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି। ୨୦୦୪, ଜାନୁଆରି ୨୨ରେ ଆବେଦନକାରୀଙ୍କୁ ବିମଳାବାଇ ସାହୁଙ୍କ ହତ୍ୟା ମାମଲାରେ ନୂଆପଡ଼ା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଅଦାଲତ ଦୋଷୀ ସାବ୍ୟସ୍ତ କରିଥି‌ଲେ। ଆଇପିସିର ଦଫା ୩୦୨ରେ ତାଙ୍କୁ ନିମ୍ନ ଅଦାଲତ ଆଜୀବନ ସଶ୍ରମ କାରାଦଣ୍ଡାଦେଶ ପ୍ରଦାନ କରିଥିଲେ। ଏହି ରାୟକୁ ଚାଲେଞ୍ଜ କରି ଅନୁପ୍ରମ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର