ଏସିଏଫ୍ ମୃତ୍ୟୁ ମାମଲା: ମିଳିଲା ମିଛଧରା ପରୀକ୍ଷା ରିପୋର୍ଟ, ସତମିଛର ତର୍ଜମା କରୁଛି କ୍ରାଇମବ୍ରାଞ୍ଚ

ଭୁବନେଶ୍ବର : ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ତିନି ଅଭିଯୁକ୍ତଙ୍କର ମିଛଧରା ପରୀକ୍ଷା (ଲାଏ ଡିଟେକ୍‌ସନ୍ ଟେଷ୍ଟ) ରିପୋର୍ଟ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି। ଏହାପରେ ସତ ମିଛର ତର୍ଜମା ଆରମ୍ଭ କରି ଦେଇଛି ତଦନ୍ତକାରୀ ଟିମ୍। ସିଆର୍‌ପିସି-୧୬୧ ଧାରା ଅନୁସାରେ ପୁଲିସ ରେକର୍ଡ କରିଥିବା ଅଭିଯୁକ୍ତ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା, ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ବୟାନ ଏବଂ ପରବର୍ତ୍ତୀ ସମୟରେ ହୋଇଥିବା ମିଛଧରା ପରୀକ୍ଷା ରିପୋର୍ଟକୁ ‌ନେଇ ତର୍ଜମା ଚାଲିଛି। ଯଦି ଦୁଇଟି ରିପୋର୍ଟ ମେଳ ନ ଖାଏ ତାହେଲେ ପୁଣି ଥରେ ସେମାନଙ୍କୁ ଜେରା କରାଯିବ ବୋଲି ଜଣାପଡ଼ିଛି। ଏପରିକି ଆବଶ୍ୟକ ହେଲେ ଆଉଥରେ ସେମାନଙ୍କର ମିଛଧରା ପରୀକ୍ଷା କରାଯାଇପାରେ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର