ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ବିଦ୍ୟାଭାରତୀ ଓକିଲଙ୍କ ରହିତାଦେଶ ଦସ୍ତାବିଜ ଦାଖଲ

ପାରଳାଖେମୁଣ୍ତି : ବହୁଚର୍ଚ୍ଚିତ ପାରଳାଖେମୁଣ୍ତି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଆଜି ତାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ତାଙ୍କ ଓକିଲ ଏଲ୍‌.କେ ଅଧିକାରୀ ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍‌ଙ୍କ ନିକଟରେ ଏନ୍‌ବିଡବ୍ଲ୍ୟୁ ଉପରେ ହାଇକୋର୍ଟଙ୍କ ରହିତାଦେଶ ସମ୍ପର୍କିତ ଦସ୍ତାବିଜ ଦାଖଲ କରିଛନ୍ତି। ଏଥି ସହ ତାଙ୍କ ମହକିଲଙ୍କ ବିରୋଧରେ କୋର୍ଟ ଜାରି କରିଥିବା ଏନ୍‌ବିଡବ୍ଲ୍ୟୁକୁ ନାକଚ କରିବା ପାଇଁ ମଧ୍ୟ ପିଟିସନ୍‌ ଜରିଆରେ ଆବେଦନ କରିଛନ୍ତି।

ଗତ ମାସ ୨୩ ତାରିଖରେ ପାରଳାଖେମୁଣ୍ତି ଏସ୍‌ଡିଜେଏମ୍‌ଙ୍କ ତରଫରୁ ଏନ୍‌ବିଡବ୍ଲ୍ୟୁ ଜାରି କରାଯାଇଥିବା ବେଳେ ଆଜି ଅଭିଯୁକ୍ତମାନଙ୍କୁ କୋର୍ଟରେ ହାଜର କରାଇବା ସକାଶେ ଦିନ ଧାର୍ଯ୍ୟ କରାଯାଇଥିଲା। ତେବେ ଏହି ଘଟଣାରେ ଅନ୍ୟ ଦୁଇ ଅଭିଯୁକ୍ତ ତତ୍କାଳୀନ ପାରଳାଖେମୁଣ୍ଡି ଡିଏଫ୍‌ଓ ସ˚ଗ୍ରାମ କେଶରୀ ବେହେରା, ରୋଷାୟା ମନ୍ମଥ କୁମ୍ଭଙ୍କ ଓକିଲଙ୍କ ଆଡ଼ୁ କୌଣସି ଦସ୍ତାବିଜ୍‌ ଦାଖଲ ହୋଇନାହିଁ। ଏହି ଦୁଇଜଣଙ୍କ ବିରୋଧରେ ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍‌ ପୂର୍ବରୁ ଜାରି କରିଥିବା ଏନ୍‌ବିଡବ୍ଲ୍ୟୁ ବର୍ତ୍ତମାନ ସୁଦ୍ଧା କାଏମ୍‌ ରହିଛି ବୋଲି ସରକାରୀ ଓକିଲଙ୍କ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର