ନୂଆପଡ଼ା: ‘ସମ୍ବାଦ–ଆମ ଓଡ଼ିଶା’ ଦ୍ବାରା ଆୟୋଜିତ ଜିଲ୍ଲାସ୍ତରୀୟ ଚିତ୍ରାଙ୍କନ, ହସ୍ତାକ୍ଷର ଓ କୁଇଜ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ରବିବାର ନୂଆପଡ଼ା ମେଘା ହୋଟେଲରେ ପୁରସ୍କୃତ କରାଯାଇଛି। ଉତ୍ସବରେ ମୁଖ୍ୟ ଅତିଥି ରାଜ୍ୟ କ୍ରିକେଟ୍ ସଂଘ ଉପସଭାପତି ସରୋଜ ସାହୁ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଛନ୍ତି।
ଚିତ୍ରାଙ୍କନରେ ସରସ୍ବତୀ ଶିଶୁମନ୍ଦିର ସିନାପାଲିର ସୋନାଲୀ ମେହେର (ପ୍ରଥମ), କେନ୍ଦ୍ରୀୟ ବିଦ୍ୟାଳୟ ନୂଆପଡ଼ାର ଅମିୟାଂଶୁ ଗୁରୁ (ଦ୍ବିତୀୟ), ଐଶ୍ବର୍ଯ୍ୟ ଭୋଇ (ତୃତୀୟ) ସ୍ଥାନ ଅଧିକାର କରିଛନ୍ତି। କୁଇଜ ପ୍ରତିଯୋଗିତାରେ ଜ୍ଞାନଜ୍ୟୋତି କାଞ୍ଚନବେନ୍ ରସିକଲାଲ ବିଦ୍ୟାଳୟ ନୂଆପଡ଼ାର ସତ୍ୟମ ପ୍ରଧାନ (ପ୍ରଥମ), ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଝଗରହିର ଜୟସ୍ମିତା ନାୟକ (ଦ୍ବିତୀୟ), ଅନୁନ୍ନତ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ମହଗାଁ (ସିନାପାଲି)ର ହସ୍ତିନୀ ଜଗତ (ତୃତୀୟ) ସ୍ଥାନ ଅଧିକାର କରିଛନ୍ତି। ହସ୍ତାକ୍ଷର ପ୍ରତିଯୋଗିତାରେ ନୂଆପଡ଼ା ସରସ୍ବତୀ ଶିଶୁମନ୍ଦିରର ଅଙ୍କିତା ଦାସ (ପ୍ରଥମ), କେନ୍ଦ୍ରୀୟ ବିଦ୍ୟାଳୟ ନୂଆପଡ଼ାର ପ୍ରିୟଦର୍ଶିନୀ ଭୋଇ (ଦ୍ବିତୀୟ), ଜବାହର ନବୋଦୟ ବିଦ୍ୟାଳୟ ତରବୋଡ଼ ଓରାଲିକା ନାୟକ (ତୃତୀୟ) ସ୍ଥାନ ଅଧିକାର କରିଛନ୍ତି। କାର୍ଯ୍ୟକ୍ରମକୁ ‘ସମ୍ବାଦ’ ଜିଲ୍ଲା ପ୍ରତିନିଧି ଅଶ୍ବିନୀ ପାଣିଗ୍ରାହୀ ପରିଚାଳନା କରିଥିଲେ। କନକ ଟିଭି ପ୍ରତିନିଧି ଆମୋଦ ଗୁରୁ ସହଯୋଗ କରିଥିଲେ। କିଶୋର ପ୍ରଧାନ, ରଞ୍ଜନ ନାୟକଙ୍କ ସହ ଅଭିଭାବକ ମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/nuapada.jpg)