ଚନ୍ଦ୍ରଶେଖରପୁର: ପ୍ରତ୍ୟକ୍ଷ ରାଜନୀତିରୁ ଅବ୍ୟାହତି ନେଇଛନ୍ତି ବିଜେଡି ନେତା ତଥା ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତ। ଜୁନ୍ ୯ରୁ ସେ ପ୍ରତ୍ୟକ୍ଷ ରାଜନୀତିରୁ ଅବ୍ୟାହତି ନେଲେ ବୋଲି ଶ୍ରୀ ସାମନ୍ତ ଆଜି ଘୋଷଣା କରିଛନ୍ତି। ଗତକାଲି ନବୀନ ନିବାସରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ଏ ସମ୍ପର୍କରେ ଶ୍ରୀ ସାମନ୍ତ ନିଜର ଇଚ୍ଛାବ୍ୟକ୍ତ କରିଥିଲେ। ଏହା ସହ ଉଭୟ ରାଜ୍ୟସଭା ଓ ଲୋକସଭା ପାଇଁ ତାଙ୍କୁ ସୁଯୋଗ ଦେଇଥିବାରୁ ନବୀନଙ୍କୁ ଶ୍ରୀ ସାମନ୍ତ କୃତଜ୍ଞତା ଜଣାଇଥିଲେ। ଏହି ଅବସରରେ ଶ୍ରୀ ସାମନ୍ତ ନିଜ ଶୁଭେଚ୍ଛୁମାନଙ୍କୁ ଧନ୍ୟବାଦ ଜଣାଇବା ସହ ଦୀର୍ଘ ୩୨ବର୍ଷ ଧରି ସେ କରୁଥିବା ସମାଜସେବା ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି। ଚଳିତ ନିର୍ବାଚନରେ ସେ କନ୍ଧମାଳ ସଂସଦୀୟ କ୍ଷେତ୍ରରୁ ଲଢ଼ି ପରାଜିତ ହୋଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିବା ସହ ସେ ଜଣେ ଅତ୍ୟନ୍ତ ଭଲ ଲୋକ ବୋଲି ଶ୍ରୀ ସାମନ୍ତ କହିଛନ୍ତି।
ରାଜନୀତିରୁ ଅବ୍ୟାହତି ନେଲେ ଅଚ୍ୟୁତ ସାମନ୍ତ
/sambad/media/post_attachments/wp-content/uploads/2024/06/fshsfshfhf.jpg)