ବାସୁଦେବପୁର: ରାତିରେ ଘରେ ଶୋଇଥିବା ଅବସ୍ଥାରେ ଜଣେ ଯୁବକଙ୍କୁ ଏସିଡ୍ ମାଡ଼ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଭଦ୍ରକଜିଲ୍ଲା ନାୟକାଣିଡିହି ଥାନା ଅନ୍ତର୍ଗତ ଲକ୍ଷ୍ମୀଦାସପୁର ପଞ୍ଚାୟତ ରାମଚନ୍ଦ୍ରପୁର ଗ୍ରାମରେ ଏହି ଘଟଣା ଘଟିଛି। ଆହତ ଯୁବକ ସନାତନ ପଲେଇଙ୍କ ପୁଅ ଜଗବନ୍ଧୁ (୨୫)।
ଘଟଣାରୁ ଜଣାପଡ଼ିଛି ଯେ, ଜଗବନ୍ଧୁ ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଘର ଝରକା ପଟେ କେହି ଦୁର୍ବୃତ୍ତ ତାଙ୍କ ଉପରକୁ ଏସିଡ୍ ମାଡ଼ କରିଥିଲା। ଜଗବନ୍ଧୁ ଚିତ୍କାର କରିବାରୁ ପରିବାର ଲୋକେ ଉଠି ସଙ୍ଗେସଙ୍ଗେ ତାଙ୍କୁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭଦ୍ରକ ମେଡିକାଲକୁ ଅଣାଯାଇଥିଲା। ତେବେ, ଅବସ୍ଥା ଗୁରୁତର ଥିବାରୁ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏସିଡ୍ ମାଡ଼ରେ ଜଗବନ୍ଧୁଙ୍କ ମୁହଁ ସମ୍ପୂର୍ଣ୍ଣ ପୋଡ଼ି ଯାଇଛି ଏବଂ ଦେହର ମଧ୍ୟ କେତେକ ସ୍ଥାନ ପୋଡ଼ିଯାଇଛି। ଏହି ଘଟଣାକୁ ନେଇ ସନାତନଙ୍କ ପରିବାର ଭୟଭୀତ ହୋଇପଡ଼ିଛନ୍ତି।
ଅଭିଯୋଗ ପାଇ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ତଦନ୍ତ କରୁଛନ୍ତି। ତେବେ, ଦୁର୍ବୃତ୍ତଙ୍କ ସଂପର୍କରେ କୌଣସି ସୁରାକ୍ ମିଳିନି। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ତାଙ୍କର ଟେଣ୍ଟ ବ୍ୟବସାୟ ରହିଛି। ଗତ ଦୁଇମାସ ତଳେ କେହି ନିଆଁ ଲଗାଇ ଦେବାରୁ ଲକ୍ଷାଧିକ ଟଙ୍କାର ଟେଣ୍ଟ୍ ସାମଗ୍ରୀ ପୋଡ଼ିଯାଇଥିଲା। ପୁଣିଥରେ ଆକ୍ରୋଶମୂଳକ ଭାବେ ଏମିତି ଘଟଣା ଘଟାଇଥିବା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/03/02/3j60mAAVzsyJtKB92VwG.jpg)