ଜଗତସିଂହପୁର: ତିର୍ତ୍ତୋଲ ଏସିଡ୍ ମାଡ଼ ଘଟଣାର ଦୁଇ ଅଭିଯୁକ୍ତଙ୍କୁ ୧୪ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୫ ହଜାର ଟଙ୍କା ଲେଖାଁଏ ଜରିମାନା ଦଣ୍ଡାଦେଶ ମିଳିଛି। ଏହି ରାୟ ଶୁଣାଇଛନ୍ତି ଜଗତସିଂହପୁର ସହକାରୀ ଜିଲ୍ଲା ଦୌରାଜଜ୍ (ମହିଳା କୋର୍ଟ)।
/sambad/media/post_attachments/wp-content/uploads/2022/05/c7acabe8-1309-4d83-9f90-ad3c7508db6f.jpg)
ପ୍ରକାଶଥାଉକି, ୨୦୦୯ ମସିହା ଏପ୍ରିଲ ୧୮ ତାରିଖରେ ତିର୍ତ୍ତୋଲ ଥାନାର କନକପୁରର ପୀଡ଼ିତା ପ୍ରମୋଦିନୀ ରାଉଳଙ୍କୁ ଦୁଇ ଅଭିଯୁକ୍ତ ସନ୍ତୋଷ କୁମାର ବେଦାନ୍ତ ଓ ବିଶ୍ୱଜିତ ଦଳସିଂ ରାୟ ଏସିଡ୍ ମାଡ଼ କରିଥିଲେ। ୨୦୦୯ରେ ଏହି ଘଟଣା ଘଟିଥିବା ବେଳେ ୨୦୧୨ ମସିହାରେ ଏହାକୁ ବନ୍ଦ କରି ଦିଆଯାଇଥିଲା। ୨୦୨୧ରେ ଏହି ମାମଲାକୁ ପୁଣିଥରେ ଆରମ୍ଭ କରାଯାଇଥିଲା। ଆରମ୍ଭର କିଛି ଦିନ ମଧ୍ୟରେ ଦୁଇ ଅଭିଯୁକ୍ତ ସନ୍ତୋଷ କୁମାର ବେଦାନ୍ତଙ୍କୁ କୋଲକତା ଓ ବିଶ୍ୱଜିତ ଦଳସିଂ ରାୟଙ୍କୁ ବାଲୁଗାଁରୁ ଗିରଫ କରାଯାଇଥିଲା। ଏହାପରେ ତିର୍ତ୍ତୋଲ ପୁଲିସ ସନ୍ତୋଷଙ୍କୁ ରିମାଣ୍ଡ୍ରେ ଆଣି ଘଟଣା ସମ୍ପର୍କରେ ପଚରାଉଚରା କରିଥିଲା। ଯେଉଁଥିରେ ସନ୍ତୋଷ ନିଜର ସବୁ ଦୋଷ ସ୍ୱୀକାର କରି ନେଇଥିଲା। ଏହି ଘଟଣାରେ ୨ ଜଣ ପୁଲିସ୍ ଅଧିକାରୀଙ୍କୁ ବି ନିଲମ୍ବିତ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/09adbb8f-9793-4094-9caf-62d5527ce88c.jpg)