ଜଳେଶ୍ବର : ଡ୍ରାଇଭରକୁ ନିଶା ଶୁଂଘାଇ ଲୁଟିନେଲେ କଣ୍ଟେନର ସହ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ। ଜଳେଶ୍ବର ଥାନା ୬୦ ନମ୍ବର ଜାତୀୟ ରାଜପଥର ଚାଳନ୍ତି ବାଇପାସ୍ ଛକରେ ହାଇଦ୍ରାବାଦରୁ କୋଲକାତା ଅଭିମୁଖେ ଯାଉଥିବା ଏକ କଣ୍ଟେନରର ଚାଳକଙ୍କ ମୁହଁରେ ନିଶା ସ୍ପ୍ରେ କରି ଦୁର୍ବୃତ୍ତମାନେ ସାଢ଼େ ୧୭ ଲକ୍ଷ ଟଙ୍କା ମୂଲ୍ୟର ଏସିଡ ଅଏଲ ବୋଝେଇ କଣ୍ଟେନର ଲୁଟିନେଇଥିବା ଅଭିଯୋଗ ହୋଇଛି।
ଚାଳକ ଏମ୍ ସତ୍ୟନାରାୟଣଙ୍କ କହିବା ଅନୁଯାୟୀ ସେ ରାଜଘାଟ ପୋଲ ଅତିକ୍ରମ କରିବା ପରେ ଚାଳନ୍ତି ବାଇପାସ୍ ଛକ ନିକଟରେ ପଛରୁ ଏକ ଟ୍ରକ୍ରେ ୧୦/୧୨ ଜଣ ଯୁବକ ଆସି କଣ୍ଟେନରକୁ ଅଟକାଇବା ସହ ଚାଳକଙ୍କ ମୁହଁରେ ନିଶା ସ୍ପ୍ରେ କରିଥିଲେ। ସେହିପରି ଲୁଟ୍ ହୋଇଥିବା କଣ୍ଟେନରଟି ୮ ତାରିଖ ରାତି ୧ଟା ୨ ମିନିଟ ସମୟରେ ଲକ୍ଷ୍ମଣନାଥ ଟୋଲଗେଟ ପାଶ୍ କରିଥିବା ସିସିଟିଭି ଫୁଟେଜରୁ ସୂଚନା ମିଳିଛି। କଣ୍ଟେନରର ମାଲିକ ଶିବାଲବା ରାଜୁ ଏହି କଣ୍ଟେନରକୁ ଟିଭିଭି ସଚ୍ଚିନାରାୟଣ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ କିଣିଥିବାବେଳେ ଏହାର ମାଲିକାନା ସ୍ବତ୍ତ୍ବ ପରିବର୍ତ୍ତନ ହୋଇ ନ ଥିବା କୁହାଯାଇଛି। ଅଭିଯୋଗପତ୍ର ପାଇବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/jaleswar-acid-oil-loot.jpg)