ଭୁବନେଶ୍ବର: ଦୀର୍ଘଦିନ ଧରି ଛୁଟିରେ ଥିବା ୧୯୬ ଡାକ୍ତରଙ୍କ ବିରୋଧରେ ରାଜ୍ୟ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ବିଭିନ୍ନ କ୍ୟାଡରର ୧୯୬ ଡାକ୍ତର ଭିନ୍ନଭିନ୍ନ କାରଣ ଦର୍ଶାଇ ଛୁଟିରେ ରହିଛନ୍ତି ।

Advertisment

ସେମାନଙ୍କ ଛୁଟିର କାରଣ ଯଥାର୍ଥ ନ ଥିଲେ ସେମାନଙ୍କ ବିରୋଧରେ ସରକାରୀ ନିୟମ ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ବିଧାନସଭାରେ ଉତ୍ତର ରଖିଛନ୍ତି ।

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ତଥ୍ୟ ଅନୁସାରେ, ରାଜ୍ୟରେ ଡାକ୍ତର ବହୁ ଡାକ୍ତର ପଦବୀ ଖାଲି ପଡିଛି। ୧୧୧୪ ସ୍ପେଶାଲିଷ୍ଟ ଡାକ୍ତରଙ୍କ ସହିତ ୫ ହଜାର ୧୪ ଡାକ୍ତର ପଦବୀ ଖାଲି ପଡ଼ିଛି।  ୩୦ଟି ଜିଲ୍ଲାର ୩୭୫ଟି ସିଏଚସିରେ ଏହି ଡାକ୍ତରଙ୍କ ପଦବୀ ଖାଲି ପଡିଛି । ସର୍ବାଧିକ ଗଞ୍ଜାମରେ ୪୫୦ ଡାକ୍ତରଙ୍କ ପଦବୀ ଖାଲି ପଡିଛି ।

ଅଧିକ ପଢ଼ନ୍ତୁ: ୫ ମାସରେ ୯୦ ସରକାରୀ ବାବୁଙ୍କ ବିରୋଧରେ ମାମଲା

ସେହିପରି ମୟୁରଭଞ୍ଜରେ ୩୦୯, ଖୋର୍ଦ୍ଧାରେ ୧୨, କଟକରେ ଏସସିବିରେ ୨୮୧ ଡାକ୍ତର ପଦବୀ ଖାଲି ପଡିଛି । ସେହିପରି ସ୍ପେଶାଲ ଡାକ୍ତର ସର୍ବାଧିକ ମୟୂରଭଞ୍ଜରେ ୮୭, ଗଞ୍ଜାମରେ ୮୭, ଖୋର୍ଦ୍ଧାରେ ୨୯, କଟକରେ ୪୩ ପଦବୀ ଖାଲି ପଡିଛି । 

ରାଜ୍ୟରେ ଡାକ୍ତର ନିଯୁକ୍ତି ହେଉ ନ ଥିବାବେଳେ ଏକାଧିକ ଡାକ୍ତର ଛୁଟିରେ ରହିବା ସ୍ୱାସ୍ଥ୍ୟସେବା ସଙ୍କଟରେ ପଡ଼ିଛି। ତେଣୁ ଏନେଇ କ’ଣ ପଦକ୍ଷେପ ନିଆଯାଉଛି ବୋଲି  ବିଜେଡି ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନରେ ସ୍ୱାସ୍ଥ୍ୟମନ୍ତ୍ରୀ ଉତ୍ତର ରଖିଛନ୍ତି ।

ଅଧିକ ପଢ଼ନ୍ତୁ: ବିଜେପିରେ ଯୋଗ ଦେଲେ ବଡ଼ମ୍ବା ପଞ୍ଚାୟତ ସମିତି ଅଧ୍ୟକ୍ଷ ରଘୁପତି ମହାନ୍ତି