ସଂଧ୍ୟା ସମୟରେ ବିଶେଷଜ୍ଞ ଡାକ୍ତର ନ ରହିଲେ କଡ଼ା କାର୍ଯ୍ୟାନୁଷ୍ଠାନ: ଡିଏମଓ

ଜୟପୁର: କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସକାଳ‌ ବେଳା ୯ଟାରୁ ୧୨ଟା ହିଁ ବିଶେଷଜ୍ଞ ଡାକ୍ତରମାନେ ରହୁଥିବା ବେଳେ ସଂଧ୍ୟାରେ କାହାରି ଦେଖା ମିଳୁନଥିବାକୁ ନେଇ ଅଭିଯୋଗ ଉଠିଥିଲା। ଏପରିକି ଏଠାରେ କାର୍ଯ୍ୟରତ ତଳସ୍ତରର କର୍ମଚାରୀଙ୍କୁ ନିଜେ ପରିଚାଳନା କରିବା କିମ୍ବା ରୋଗୀଙ୍କ ସଂପର୍କୀୟଙ୍କୁ ଦେଖି ରେଫର କରିବାକୁ କୁହାଯାଉଥିବା ଅଭିଯୋଗ ହୋଇଛି। ସକାଳ ପରି ସଂଧ୍ୟା ସମୟରେ ମେଡିସିନ୍, ପ୍ରସୁତି ଓ ସ୍ତ୍ରୀ , ସର୍ଜରୀ, ଅସ୍ଥିଶଲ୍ୟ, ଶିଶୁ ଆଦିର ବର୍ହିବିଭାଗ(ଓପିଡି) ଖୋଲିବାକୁ ଦାବି  କରି କିଛି ସମାଜସେବୀ ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳ, କୋରାପୁଟ ସାଂସଦ, ଜୟପୁର ବିଧାୟକ, ମୁଖ୍ୟଶାସନ ସଚିବ, ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କୁ ଟୁଇଟ୍‌ କରି ଅବଗତ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଅପରପକ୍ଷରେ ଜିଲ୍ଲାମୁଖ୍ୟଚିକିତ୍ସାଳୟର ଡିଏମଓ(ଜିଲ୍ଲା ମେଡିକାଲ ଅଧିକାରୀ) ଟୁଇଟ୍ ଓ ସମ୍ବାଦର ରିପୋର୍ଟ ପ୍ରକାଶ ପରେ ଆଜି ସମସ୍ତ ବିଶେଷଞ  ଡାକ୍ତରଙ୍କୁ ଡାକି କଡ଼ା ଚେତାବନୀ ଦେଇଛନ୍ତି। ମଙ୍ଗଳବାର ଠାରୁ ସଂଧ୍ୟାରେ ସମସ୍ତ ବିଶେଷଞ ମାନେ ଉପସ୍ଥିତ ରହିବାକୁ ଚିଠି କରିଛନ୍ତି। ଯେଉଁ ବିଶେଷଞ ଅନୁପସ୍ଥିତ ରହିବ ତା ବିରୋଧରେ ସେ କଡ଼ା କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଉଲ୍ଲେଖ କରିଛନ୍ତି।

 

ସମ୍ବନ୍ଧିତ ଖବର