ଭବାନୀପାଟଣା: ନକଲି ଆଦିବାସୀ ସାର୍ଟିଫିକେଟ୍ ଦ୍ୱାରା କଳାହାଣ୍ଡି ଜିଲ୍ଲାର ୫୩ ଜଣ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଧୀନରେ ଚାକିରି କରୁଥିବା ଅଭିଯୋଗ ହୋଇଛି। ଏନେଇ କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଘ ପକ୍ଷରୁ ଜାତୀୟ ଜନଜାତି କମିସନର ସଦସ୍ୟ ଅନନ୍ତ ନାୟକଙ୍କୁ ଦାବିପତ୍ର ଦିଆଯାଇଛି। କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ର ଉତ୍କେଲା, ଆମାଠ, ଟକରଲା, ବେଲଖଣ୍ଡି, ନର୍ଲା ବ୍ଲକ୍ର ସର୍ଗିଗୁଡ଼ା, କର୍ଲାମୁଣ୍ଡା ବ୍ଲକ୍ର ପୌରକେଲା, ଧର୍ମଗଡ଼ ବ୍ଲକ୍ର ଗଡ଼ିଆଯୋର, ମଦନପୁର ରାମପୁର ବ୍ଲକ୍ର ମସକାଦାଣ୍ଡି, ଲୁବେନଗଡ଼, ଭବାନୀପାଟଣା ସହରର ପ୍ରଦେଶୀପଡ଼ା, ଇରିଗେସନ୍ କଲୋନିର ୫୩ ଜଣ ନକଲି ଆଦିବାସୀ ସାର୍ଟିଫିକେଟ୍ ଚଞ୍ଚକତା କରି ହାତେଇ ଥିବା ଅଭିଯୋଗ ହୋଇଛି। ନକଲି ସାର୍ଟିଫିକେଟ୍ରେ ଏମାନେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ଚାକିରି କରୁଛନ୍ତି। ତୁରନ୍ତ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଲିଖିତ ଅଭିଯୋଗ ହୋଇଛି। କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଘ ସଭାପତି ପ୍ରକାଶ ମାଝୀ ଓ ସମ୍ପାଦକ ୠତୁରାଜ ମାଝୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସାମିଲ ହୋଇଥିଲେ।
ନକଲି ଆଦିବାସୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ, ଜାତୀୟ ଜନଜାତି କମିସନ ସଦସ୍ୟଙ୍କୁ ଦାବିପତ୍ର
/sambad/media/post_attachments/wp-content/uploads/2022/01/629bab0e-07cc-4331-b4e1-0453ab3dd05e.jpg)