କୋଇଡା: ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ଅନ୍ତର୍ଗତ ଡେଙ୍ଗୁଳାସ୍ଥିତ ସେବାଶ୍ରମରେ ଗରମ ଡାଲି ପଡ଼ି ଅଷ୍ଟମ ଶ୍ରେଣୀ ଛାତ୍ରର ମୃତ୍ୟୁ ଘଟଣାରେ ଆଦିବାସୀ ଉନ୍ନୟନ ବିଭାଗ କାର୍ଯ୍ୟାନୁଷ୍ଠାନ ନେଇଛି। ସେବାଶ୍ରମର ପ୍ରଧାନଶିକ୍ଷୟିତ୍ରୀ କାର୍ମେଲା ବିଲୁଙ୍ଗ ଓ ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ବିକାଶ ରଂଜନ ନାଏକ ନିଲମ୍ଵିତ ହୋଇଛନ୍ତି। ସେହିପରି ତିନି ଜଣ ରୋଷେୟା ତାରିଣୀ ନାଏକ, କାର୍ତ୍ତିକ ନାଏକ ଓ ଧୀରେନ୍ଦ୍ର ରାଉତ ବହିଷ୍କୃତ ହୋଇଛନ୍ତି। ଏସ୍ସିଏସ୍ଟି ବିଭାଗ ସଚିବ ତଥା କମିସନର ରୁପା ରୋଷନ ସାହୁ ଏହି ନିର୍ଦ୍ଦେଶ ଦେଇଛନ୍ତି।
/sambad/media/post_attachments/wp-content/uploads/2023/03/426d5b3e-795f-42ae-825c-8e3a98c6b9a6.jpg)
ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ କାର୍ମେଲ ବିଲୁଙ୍ଗଙ୍କୁ ନିଲମ୍ବିତ କରିବା ସହ ହେଡକ୍ୱାଟର ନଛାଡିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି କୋଇଡ଼ା ବ୍ଲକ୍ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିକାଶ ରଞ୍ଜନ ନାଏକଙ୍କୁ କାର୍ଯ୍ଯରୁ ନିଲମ୍ବିତ କରିବା ସହ ହେଡକ୍ବାର୍ଟର ନଛାଡି ଯିବା ପାଇଁ ନିର୍ଦେଶ ଦିଆଯାଇଛି। ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିବା ବେଳେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଏତଲା କ୍ରମେ ପୁଲିସ ବିଦ୍ୟାଳୟର ରୋଷେୟା ତାରିଣୀ ନାଏକକୁ ଅଟକ ରଖି ପଚରାଉଚରା କରୁଛି।
/sambad/media/post_attachments/wp-content/uploads/2023/03/6efddc3b-5b4f-4404-b268-619803634d14.jpg)
ସୂଚନାଯୋଗ୍ୟ, ଗତ ୬ ତାରିଖ ଦିନ (ସୋମବାର) ସେବାଶ୍ରମରେ ନିୟୋଜିତ ରୋଷେୟା ପିଲାମାନଙ୍କର ଭୋଜନ ପାଇଁ ରୋଷେଇ କରୁଥିଲେ। ଏହି ସମୟରେ ସେ ଡାଲିହଣ୍ଡା ଓହ୍ଲାଇବା ପାଇଁ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ର ଗେଲେଟ୍ ହାନନଗା (୧୪)କୁ ଡାକିଥିଲେ। ଚୁଲିରୁ ଗରମ ଡାଲିହଣ୍ଡା ଓହ୍ଲାଉଥିଲା ବେଳେ ଅଘଟଣ ଘଟିଥିଲା। ଛାତ୍ର ଜଣକ ଗରମ ଡାଲିହଣ୍ଡା ଭାର ସମ୍ଭାଳି ନ ପାରିବାରୁ ତାଙ୍କ ଶରୀର ଉପରେ ଢାଳି ହୋଇଥିଲା। ତାଙ୍କୁ କୋଇଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ୭ ତାରିଖରେ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍ଜିଏଚ୍)କୁ ସ୍ଥାନାନ୍ତର କରାଯାଇଥିଲା। ରବିବାର ସଂଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରର ମୃତ୍ୟୁ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/8ccb5425-5464-4936-96da-9c103b95d31d.jpg)