ଭୁବନେଶ୍ୱର: ବାର୍ଷିକ ମାଟ୍ରିକ ପରୀକ୍ଷା-୨୦୧୯ରେ ଜଣେ ବି ଛାତ୍ରଛାତ୍ରୀ ପାସ୍ କରି ନଥିବା ହାଇସ୍କୁଲର ପ୍ରଧାନଶିକ୍ଷକଙ୍କ ଇନ୍କ୍ରିମେଣ୍ଟ ବନ୍ଦ ହୋଇଛି। ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାପଡ଼ିଛି। ଏନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ସବୁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ନୋଟିସ୍ ଜାରି କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପୂର୍ବରୁ ମାଟ୍ରିକ୍ ରେଜଲ୍ଟ ଖରାପ ହେବା ନେଇ ସଂପୃକ୍ତ ସ୍କୁଲର ପ୍ରଧାନଶିକ୍ଷକମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। କନ୍ତୁ ପ୍ରଧାନଶିକ୍ଷକମାନେ କାରଣ ଦର୍ଶାଅ ନୋଟିସ୍କୁ ବେଖାତିର କରିଥିଲେ। ଫଳରେ ଏବେ କାର୍ଯ୍ୟାନୁଷ୍ଠାର ସମ୍ମୁଖୀନ ହୋଇଛନ୍ତି। ସେହିପରି ଗତ ବାର୍ଷିକ ପରୀକ୍ଷାରେ ୫୦ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଥିବା ବିଦ୍ୟାଳୟଗୁଡ଼ିକର ପ୍ରଧାନଶିକ୍ଷକଙ୍କର ଇନ୍କ୍ରିମେଣ୍ଟ ମଧ୍ୟ ବନ୍ଦ କରି ଦିଆଯାଇଛି।