ମାଲକାନଗିରି: ମାଲକାନଗିରି ଠାରେ ନବ ନିର୍ମିତ ବିମାନବନ୍ଦରର ପାଚେରି ଗତ ୮ ତାରିଖରେ ଅଳ୍ପ ବର୍ଷାରେ ଭାଙ୍ଗି ଯିବା ପରେ ବିଭିନ୍ନ ମହଲରେ ଏହାର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠିଛ। ତେବେ ଏନେଇ ଜିଲ୍ଲା କଂଗ୍ରେସ ତରଫରୁ ସାମ୍ବାଦିକ ସମ୍ମିଳନୀ ଡକାଯାଇ ବିଭାଗୀୟ ଅଧିକାରୀ ଓ ଠିକାଦାର ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରାଯାଇଥିଲା। ତେବେ ଜିଲ୍ଲା ପ୍ରଶାସନ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନନେବା ପରେ ପୁଣି ଜିଲ୍ଲା କଂଗ୍ରେସ ଜିଲ୍ଲାପାଳଙ୍କୁ ଭେଟି ଏକ ଶେଷ ଟାର୍ଗେଟ ଦେଇଛି।ଆସନ୍ତା ୧୫ ଦିନ ମଧ୍ୟରେ ଯଦି ବିଭାଗୀୟ ଅଧିକାରୀମାନଙ୍କୁ ଏବଂ ଠିକାଦାରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନହେଲେ ଚକ ଅଖ ବନ୍ଦ ହେବା ସହ ଜିଲ୍ଲାକୁ ସଂପୂର୍ଣ୍ଣ ବନ୍ଦ କରିଦେବୁ ବୋଲି ଧମକ ଦେଇଛନ୍ତି।

Advertisment

ପ୍ରକାଶ ଥାଉକି ପାଚେରି ନିର୍ମାଣ ହେବାର କିଛି ଦିନ ମଧ୍ୟରେ ଅଳ୍ପ ବର୍ଷା ହେବାରୁ ଗତ ୨୦୨୩ ଜୁନ ୧ ତାରିଖରେ ପାଚେରୀ ପଡିଯାଇଥିଲା। ଳରେ ଦୁଇ ଜଣ ଗ୍ରାମବାସୀଙ୍କର ଅକାଳରେ ଜୀବନ ଚାଲିଯାଇଥିଲା। ଏବେ ପୁଣି ୭୦ ମିଟର ପାଚେରୀ ଭାଙ୍ଗିଯାଇଥିବାରୁ ଏହାର କାମ ଉପରେ ପୁଣି ପ୍ରଶ୍ନ ଉଠିଲା। ବିଭାଗୀୟ ଯନ୍ତ୍ରୀ ଏବଂ ଠିକାଦାର ମଧ୍ୟରେ ମଧୁଚନ୍ଦ୍ରିକା ଜଳ ଜଳ ଦିଶୁଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ଅତି ନିମ୍ନମାନର କାମ କରାଯାଇ କୋଟି କୋଟି ଟଂକା ହଡପ କରାଯାଇଥିବା କୁହାଯାଇଛି।ପ୍ରାୟ ୭୦ କୋଟିରୁ ଉର୍ଦ୍ଧ୍ବ ଟଂକାରେ ଏହି ବିମାନ ବନ୍ଦର ତିଆରି ହେଉଥିବା ବେଳେ ଅତି ନିମ୍ନମାନର କରି ଟଂକା ଆତ୍ମସାତ କରିବାକୁ ଯୋଜନା କରାଯାଇଛି।ନିମ୍ନମାନର ସିମେଣ୍ଟ, ରୋଡ, ପଥର ଇତ୍ୟାଦି ଦିଆଯାଇଥିବା କଂଗ୍ରେସ କହିଛି। ଏଭଳି କି ପାଚେରୀଗୁଡିକକେ କାଠରେ ଭାର ଦେଇ ରଖାଯାଇଛି।ଆଗାମୀ ଦିନରେ ବର୍ଷାରେ ଏସବୁ ପାଚେରି ଗଳି ପଡିବ ବୋଲି କଂଗ୍ରେସ କହିଛି। ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ବେଲେ ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର, ଜି.ଶ୍ରୀନିବାସ ରାଓ, କେଶୁ ରାଓ ପ୍ରମୁଖ ଉପସ୍ଥିତ ଥିଲେ।