ଢେଙ୍କାନାଳ: ଢେଙ୍କାନାଳ ସଦର ତହସିଲ ଅନ୍ତର୍ଗତ ସାନଷାଠିଏ ବାଟିଆ ଜମି କେଳେଙ୍କାରୀ ମାମଲାରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାର ଖବର ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ପୁଲିସ ଉକ୍ତ ମାମଲାର ମୁଖ୍ୟ କାର୍ପଟଦାର୍ କୁହାଯାଉଥିବା ୫ଜଣଙ୍କୁ ଉଠାଇଆଣିଛି। ସେମାନଙ୍କୁ ଟାଉନ୍ ଥାନାରେ ଅଟକ ରଖି ପୁଲିସ ପଚରାଉଚରା କରୁଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ସାନଷାଠିଏ ବାଟିଆ ଅଞ୍ଚଳର ୫୨୨ନମ୍ବର ପ୍ଲଟର ୩୧ ଡେସିମିଲ ପରିମିତ ଜଳାଶୟ ଜମିକୁ ଦଲାଲଙ୍କ ସହ ମିଳିମିଶି ତତ୍କାଳୀନ ଅତିରିକ୍ତ ତହସିଲଦାର ଓ ରାଜସ୍ୱ କର୍ମଚାରୀ ବେଆଇନ ଭାବରେ ଶାରଦରେ ପରିବର୍ତ୍ତନ କରିଥିଲେ। ଏହି ଘଟଣା ଜଣାପଡ଼ିବା ପରେ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।
ଏହାପରେ ତହସିଲଦାରଙ୍କ ପକ୍ଷରୁ ଟାଉନ ଥାନାରେ ତତ୍କାଳୀନ ଅତିରିକ୍ତ ତହସିଲଦାର, ୫ ଜଣ ଅମିନ, ୨ଜଣ ଡାଟା ଏଣ୍ଟ୍ରି ଅପରେଟର, ୨ଜଣ ରେକର୍ଡ କିପର ଓ ଆବେଦନକାରୀ ଜମି ଦଲାଲଙ୍କ ନାଆଁଙ୍କ ନାଁରେ ମାମଲା ରୁଜୁ କରାଯାଇଥିଲା।
ଜମି କେଳେଙ୍କାରୀ ମାମଲାରେ କାର୍ଯ୍ୟାନୁଷ୍ଠାନ: ଟାଉନ୍ ଥାନାରେ ୫ଜଣଙ୍କୁ ଅଟକ ରଖି ପୁଲିସର ପଚରାଉଚରା
/sambad/media/post_attachments/wp-content/uploads/2021/09/body-found.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)