୯୬ ଶିକ୍ଷକଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର : ଦୀର୍ଘ ଦିନ ଧରି ୯୬ଜଣ ଶିକ୍ଷକ ସ୍କୁଲ ଆସୁନଥିବା ବେଳେ ସେମାନଙ୍କର ପତ୍ତା ମିଳୁନି। ଏପରିକି ଦୁଇ ଥର ନୋଟିସ୍‌ ହେବା ପରେ ବି ସେମାନେ କାର୍ଯ୍ୟରେ ଯୋଗଦେଉନାହାନ୍ତି। ଜିଲ୍ଲାପାଳଙ୍କ ଦ୍ୱାରା ଯେଉଁମାନେ ଶିକ୍ଷା ସହାୟକ ଭାବେ ନିଯୁକ୍ତି ପାଇଛନ୍ତି ସେମାନଙ୍କ ମଧ୍ୟରୁ କିଛି ଜଣ ଚୁକ୍ତି ସରିବା ପରେ ବି ପୁନଃ ଚୁକ୍ତି ସ୍ବାକ୍ଷର କରିବାକୁ ଆସୁନାହାନ୍ତି। ଏହିପରି ୯୬ ଶିକ୍ଷକଙ୍କ ତାଲିକା ପ୍ରସ୍ତୁତ ହୋଇଛି। ଖୁବ୍‌ ଶୀଘ୍ର ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ‌େବାଲି ଆ‌ଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ମଧ୍ୟରେ ଦୀର୍ଘ ଦିନ ଧରି ଅନୁପସ୍ଥିତ ଥିବା ପ୍ରାୟ ୪୦ଜଣ ଶିକ୍ଷକଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ଏଥିରେ ମାଲକାନଗିରି ଜିଲ୍ଲାର ୧୦ଜଣ କନିଷ୍ଠ ଶିକ୍ଷକଙ୍କ ସହିତ ନବରଙ୍ଗପୁରର ୨୪ଜଣ ଓ ସୁନ୍ଦରଗଡ଼ର ୨ଜଣ ଶିକ୍ଷକ ଅଛନ୍ତି।

ସମ୍ବନ୍ଧିତ ଖବର