ଭୁବନେଶ୍ୱର: ରାଜ୍ୟ ସରକାର ଘରୋଇ ଲ୍ୟାବକୁ କଡ଼ା ଚେତାବନୀ ଦେଇଛନ୍ତି । ଆରଟିପିସିଆର ପରୀକ୍ଷା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଦରଠାରୁ ଅଧିକ ଟଙ୍କା ନେଲେ ଘରୋଇ ଲ୍ୟାବର ମାଲିକ କାର୍ଯ୍ୟାନୁଷ୍ଠାନର ଶିକାର ହେବେ । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ସିଡିଏମଓମାନଙ୍କୁ ଲେଖିଲେ ଚିଠି ଲେଖିଛନ୍ତି ।

Advertisment

ଏସିଏସ କହିଛନ୍ତି ଯେ, ସଠିକ ଗାଇଡଲାଇନ ପାଳନ କରି ପିପିଇ କିଟ ପିନ୍ଧି ଘରୁ ସ୍ୱାବ ନମୁନା ନିଆଯାଇପାରିବ । ଅଧିକୃତ ଲ୍ୟାବ ନମୁନା ସଂଗ୍ରହ ପାଇଁ ଅନ୍ୟ ଲ୍ୟାବକୁ ନିୟୋଜିତ କରିବା ମନା ହୋଇଛି । ପରୀକ୍ଷା ପାଇଁ ଘରୋଇ ଲ୍ୟାବ ମାଲିକମାନେ ସରକାରୀ ଧାର୍ଯ୍ୟ ଦର ହିଁ ଦାବି କରିପାରିବେ । ସରକାରୀ ଧାର୍ଯ୍ୟ ଦର ନେଇପାରିବେ । ଅତିରିକ୍ତ ସେବା ପାଇଁ ଟଙ୍କା ନେଇ ପାରିବେ ନାହିଁ । ଅଧିକ ଦର ନେଲେ ଓ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ନମାନିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।