ଲାଉଡ୍ସସ୍ପିକର୍ ବାଜିଲେ ହେବ କାର୍ଯ୍ୟାନୁଷ୍ଠାନ

ସମ୍ବଲପୁର: ରାତି ୧୦ ପରେ ଲାଉଡ୍‌ ସ୍ପିକର୍‌ ବଜାଉଥିଲେ ସାବଧାନ। ଏ ନେଇ କେହି ଯଦି ଅଭିଯୋଗ କରନ୍ତି ପୁଲିସ ମାମଲା ରୁଜୁ କରିବା ସହ ଲାଉଡ୍‌ ସ୍ପିକର୍‌ ଜବତ କରିନେବ। ବେଆଇନ ଭାବେ ବ୍ୟବହାର ହେଉଥିବା ଲାଉଡ୍‌ସ୍ପିକର୍‌ ଉପରେ ମଧ୍ୟ ପୁଲିସ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସମ୍ବଲପୁର ପୁଲିସ ପକ୍ଷରୁ କହାଯାଇଛି।

ଗୁରୁବାର ରାତି ଅଇଁଠାପାଲି କାବେରୀ ହୋଟେଲ୍‌ ନିକଟରୁ ଏକ ଡିଜେ ଗାଡ଼ି(ଓଆର୍‌ ୧୫ଏ ୨୫୯୭)କୁ ଅଇଁଠାପାଲି ପୁଲିସ ଜବତ କରିଛି। ରାତି ୧୦ ପରେ ଲାଉଡ୍‌ସ୍ପିକର୍‌ ବଜାଉଥିବାରୁ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା କହିଛି। ବର୍ତ୍ତମାନ ପରୀକ୍ଷା ସମୟ ଚାଲିଥିବାରୁ ଏହି ଯାଞ୍ଚ କଡ଼ାକଡ଼ି କରାଯାଉଛି। ରାତି ୧୦ ପରେ କେହି ଲାଉଡ୍‌ ସ୍ପିକର୍‌ ବ୍ୟବହାର ନ କରିବାକୁ ସମ୍ବଲପୁର ପୁଲିସ ପକ୍ଷରୁ ନିବେଦନ କରାଯାଇଛି।

ସମ୍ବନ୍ଧିତ ଖବର