ଚେତାବନୀ ଦେଲେ ମୁଖ୍ୟମନ୍ତ୍ରୀ, କର୍ତ୍ତବ୍ୟରେ ଅବହେଳା କରୁଥିବା କର୍ମଚାରୀଙ୍କ ବିରୋଧରେ ଜାରି ରହିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର : ଦୁର୍ନୀତି କ୍ଷେତ୍ରରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆହୁରି କଠୋର ଆଭିମୁଖ୍ୟ ପ୍ରକଟ କରିଛନ୍ତି। ଆଜି ରବିବାର ସରକାରୀ ଛୁଟି ସତ୍ତ୍ବେ ନିଜ କାର୍ଯ୍ୟାଳୟର ସବୁ ବରିଷ୍ଠ ଅଧିକାରୀଙ୍କୁ ପୃଥକ୍ ପୃଥକ୍ ଜିଲ୍ଲା ପଠାଇ ହସ୍ପିଟାଲ ସ୍ଥିତି ଯାଞ୍ଚ କରିଛନ୍ତି। ଅନ୍ୟପଟରେ ଟ୍ବିଟ୍ କରି ଅତ୍ୟନ୍ତ କଡ଼ା ଭାଷାରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, କର୍ତ୍ତବ୍ୟରେ ଅବହେଳା କରୁଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରହିବ। ବିଶେଷକରି ଥାନା ଓ ଡାକ୍ତରଖାନାରେ େଲାକଙ୍କୁ ହଇରାଣ କରୁଥିବା କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଗଣତନ୍ତ୍ରରେ େଲାକମାନେ ହିଁ ପ୍ରକୃତ ମାଲିକ।

ତେଣୁ ଉଭୟ ବୃତ୍ତିଗତ ଓ ନୀତିଗତ ଭାବେ ସରକାରୀ କଳ ଏ ଦିଗରେ କାମ କରିବ।

ଉଲ୍ଲେଖଯୋଗ୍ୟ, ଆଜି ଉନ୍ନୟନ କମିସନର ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭି. କାର୍ତିକେୟନ ପାଣ୍ଡିଆନ୍ ଓ ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିସନ୍ ଶାଳିନୀ ପଣ୍ଡିତ ସୁନ୍ଦରଗଡ, ମୟୂରଭଞ୍ଜ ଓ େକନ୍ଦୁଝର ଜିଲ୍ଲାରେ ସ୍ଥିତି ଅନୁଧ୍ୟାନ କରିଥିଲେ। ଏହା ପୂର୍ବ ନିର୍ଧାରିତ କାର୍ଯ୍ୟକ୍ରମ ଥିଲା। କିନ୍ତୁ ଆଉ ତିନିଟି ସ୍ବତନ୍ତ୍ର ଟିମ୍ ଆଜି ଗଠନ କରାଯାଇ ଆକସ୍ମିକ ଚଢଉ କରାଯାଇଥିଲା। ମାତ୍ର ଘଣ୍ଟାଏ ପୂର୍ବରୁ ଜିଲ୍ଲା ପ୍ରଶାସନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଏହି ଗସ୍ତ ସଂପର୍କରେ ଜାଣିବାକୁ ପାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଡି.ଏସ୍ କୁଟ୍ଟେ, ଅତିରିକ୍ତ ସଚିବ ରୀତାରାଣି ମହାପାତ୍ର େଢଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତନାଘନା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ଶାସନ ସଚିବ ରୁପାରୋଷନ୍ ସାହୁ, ଉପଶାସନ ସଚିବ ମନୋଜ ସ୍ବାଇଁ ଓ ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ଶାସନ ସଚିବ ଯାମିନୀ ଷଡଙ୍ଗୀଙ୍କୁ ନେଇ ଗଠିତ ଟିମ୍ ପୁରୀ ହସ୍ପିଟାଲ ସ୍ଥିତି ଯାଞ୍ଚ କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଅନ୍ୟତମ ଓଏସଡି ଦିଲ୍ଲୀପ ମହାନ୍ତି, ସ୍ବାସ୍ଥ୍ୟ କାର୍ଯ୍ୟକ୍ରମର ଯୁଗ୍ମ ସଚିବ ପୁନମ୍ ଗୁହା କୁମାର ଓ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ଆଦିତ୍ୟ ମହାପାତ୍ର ଯାଜପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ସେବା ପରଖିଥିଲେ। ଅଧିକାରୀମାନେ େରାଗୀ ଓ ତାଙ୍କ ଆତ୍ମୀୟଙ୍କ ପ୍ରତିକ୍ରିୟା ତଥା ମତାମତ ବୁଝିବା ସହିତ ଆଉ କି ପଦକ୍ଷେପ ନେଲେ ସ୍ବାସ୍ଥ୍ୟ ବ୍ୟବସ୍ଥାରେ ଉନ୍ନତି ଅଣାଯାଇପାରିବ, େସ ନେଇ ଆେଲାଚନା କରିଥିଲେ।

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଏ ପର୍ଯ୍ୟନ୍ତ ‘େମା ସରକାର’ କାର୍ଯ୍ୟକ୍ରମରେ ୧୫ଟି ଜିଲ୍ଲାର ୧୭ଟି ସ୍ଥାନରେ ସ୍ଥିତି ଯାଞ୍ଚ କରାଯାଇଛି। କିନ୍ତୁ ସୁନ୍ଦରଗଡ ଜିଲ୍ଲାରେ ଆଜି ସବୁଠାରୁ ଅଧିକ ଅଭିଯୋଗ ମିଳିଥିଲା। ଯେଉଁଥିପାଇଁ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। େଲାକଙ୍କୁ ଉପଯୁକ୍ତ ସେବା ପ୍ରଦାନ ପ୍ରକ୍ରିୟାକୁ ନିଶ୍ଚିତ କରାଯିବା ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଜାରି ରହିବ େବାଲି ରାଜ୍ୟ ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର