ଭୁବନେଶ୍ବର: ପୂର୍ବତନ ବିଜେଡି ସରକାରରେ ୫ଟି ଯୋଜନା ମାଧ୍ୟମରେ ହୋଇଥିବା କାମ ଉପରେ ମୋହନ ସରକାର ନଜର ରଖିଛନ୍ତି। କେନ୍ଦ୍ରାପଡ଼ାରେ ୫-ଟି ସ୍କୁଲରେ ହୋଇଥିବା ଦୁର୍ନୀତିର କାର୍ଯ୍ୟାନୁଷ୍ଠାନ ହେବ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଯଦି ୫-ଟି ସ୍କୁଲ ନାଁରେ କୌଣସି ଅନିୟମିତତା କି ଦୁର୍ନୀତି ହୋଇଥିବ, ତାହେଲେ ଏହା ବିରୋଧରେ ସରକାର ତଦନ୍ତ କରିବେ ଏବଂ ପରବର୍ତ୍ତୀ ସମୟରେ କାର୍ଯ୍ୟାନୁଷ୍ଠାନ ନେବେ।

Advertisment

କେନ୍ଦ୍ରାପଡ଼ାରୁ ୫-ଟି ସ୍କୁଲ ରୂପାନ୍ତରୀକରଣ ନାଁରେ କୋଟିକୋଟି ଟଙ୍କା ମହାଲୁଟ୍ ଅଭିଯୋଗ ଆସିଛି  ରଙ୍ଗ ମାରି ପାଖାପାଖି ୧୫୯ କୋଟି ଟଙ୍କା ଚଳୁ କରାଯାଇଥିବା କୁହାଯାଉଛି। ମୋ ସ୍କୁଲ୍ ଅଭିଯାନ, କର୍ପୋସ ଫଣ୍ଡ, ରାଜ୍ୟରେ ପ୍ରତ୍ୟକ ହାଇସ୍କୁଲର ରୁପନ୍ତରୀକରଣ ପାଇଁ ୪୫ ଲକ୍ଷ ଟଙ୍କା ଲେଖାଏଁ ଦିଆଯାଇଥିଲା। ହେଲେ ରଙ୍ଗ ମାରି ଟଙ୍କା ହରିଲୁଟ୍ କରାଯାଇଥିବା ବଡ଼ ଅଭିଯୋଗ ହୋଇଛି। ଜିଲ୍ଲା ପ୍ରଶାସନ ହେଡ୍‌ମାଷ୍ଟରଙ୍କୁ ଚିଠି କରି ବ୍ଲକକୁ ଟଙ୍କା ନେଇ ଯାଉଥିଲେ। ନିର୍ମାଣ କାମ ମନଇଚ୍ଛା କରୁଥିଲେ।

କେବଳ କେନ୍ଦ୍ରାପଡ଼ା ଜିଲ୍ଲାର ୩୫୪ଟି ୫ଟି ସ୍କୁଲରୁ ଏପରି ଅଭିଯୋଗ ଆସିଛି ଯେ ଯୋଜନାର ସର୍ତ୍ତାବଳୀ ଅନୁସାରେ ୫ରୁ ୧୦ ପ୍ରତିଶତ, ସ୍କଲ୍ର ମେଂଟେନାନ୍ସ ବାବଦରେ ଖର୍ଚ୍ଚ ହେବ। ଦୁଇଟି ସ୍ମାର୍ଟ କ୍ଲାସ ରୁମ୍, ଗୋଟିଏ ସ୍ମାର୍ଟ ଲାଇବ୍ରେରି, ଗୋଟିଏ ସାଇନ୍ସ ଲ୍ୟାବ୍ କରାଯିବ । ଏହାର ଆନୁଷଙ୍ଗିକ ସ୍କୁଲ୍ କମିଟି  ଓ  ପ୍ରଧାନଶିକ୍ଷକ କିଣିବେ। ସ୍କୁଲର ମରାମତି, ଅନ୍ୟାନ୍ୟ ସିଭିଲ ୱାର୍କ ପାଇଁ ଏକ କମିଟି ଗଠନ ହେବ। ସ୍କୁଲ୍ କମିଟି, ଯାହା ଆବଶ୍ୟକ କରିବ ସେହି ଅନୁଯାୟୀ ଏଷ୍ଟିମେଣ୍ଟ ପ୍ରସ୍ତୁତ କରାଯିବ। ସେହି ଅର୍ଥରୁ ଅଳ୍ପ କିଛି ବ୍ଲକ୍ ଆକାଉଣ୍ଟକୁ ଦିଆଯିବ ଓ ବ୍ଲକ୍ କାମ କରିବ। କିନ୍ତୁ ଏଠି ହେଡମାଷ୍ଟରଙ୍କ ଆକାଉଣ୍ଟକୁ ଯେତିକି ଅର୍ଥ ଆସିଲା, ହେଡମାଷ୍ଟରଙ୍କୁ କୁହାଗଲା ସମସ୍ତ ପଇସା, ବ୍ଲକ୍ ଆକାଉଣ୍ଟ କୁ ଦେବା ପାଇଁ। ଏଣୁ ବ୍ଲକ୍ କରିବ କାମ । ହେଲେ କାମ କଣ ହେଲା, ଅନେକ ସ୍କୁଲରେ ଥିବା ପୁରୁଣା ଡେସ୍କ ବେଞ୍ଚରେ ରଙ୍ଗ ମାରି ନୂଆ ଦର୍ଶା ଗଲା । ପୁରୁଣା ଫ୍ୟାନ୍, ଯେଉଁଠି ଭଙ୍ଗା ଦଦରା କାନ୍ଥରେ ରଙ୍ଗ ମାରି ବିଲ କରାଗଲା ତ କେଉଁଠି ନିମ୍ନ ମାନର ଡେସ୍କ ବେଞ୍ଚ କିଣି ବିଲ କରାଯାଇଥିବା ଅଭିଯୋଗ ହୋଇଛି ।